ୱାଘା ବର୍ଡରରେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: କିଛିଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଥିବା ଅଲୀ ଆ³ାସ୍‌ ଜାଫରଙ୍କ ଫିଲ୍ମ ‘ଭାରତ’ରେ ସଲମାନ ଖାନଙ୍କ ବିପକ୍ଷରେ ମୁଖ୍ୟ ଭୁମିକାରେ ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତେବେ ସଲମାନ ଏବେ ଏହି ଫିଲ୍ମର ନୂଆ ଏକ ପୋଷ୍ଟର ରିଲିଜ କରିଛନ୍ତି । ସଲମାନ ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାଟ୍ରିନାଙ୍କ ସହ ନଜର ଆସିଛନ୍ତି । ତେବେ ଏହି ଦୁଇ ତାରକା ୱାଘା ବର୍ଡରର ଦ୍ୱାର ନିକଟରେ ଠିଆ ହୋଇଥିବା ନଜର ଆସିଛନ୍ତ । ଏହି ପୋଷ୍ଟରରେ କ୍ୟାଟ୍ରିନା ସାଢି ଉପରେ ସଲ ଘୋଡାଇହୋଇଥିବା ବେଳେ ସଲମାନ ଏକ ସୁଟରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଦିଶା ପାଟାନୀ, ତବୁ, ଜୈକି ଶ୍ରଫଙ୍କ ବ୍ୟତିତ ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ତେବେ ଫିଲ୍ମଟି ଆସନ୍ତା ବର୍ଷ ଇଦ୍‌ରେ ରିଲିଜ ହେବ ।