ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଅଜୟ ବିଷ୍ଣୋଇ । ମଧ୍ୟପ୍ରଦେଶର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଜୟ ବିଷ୍ଣୋଇ ଜଣେ ପ୍ରାଣୀ ଚିକିତ୍ସକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ବିଜେପି ସାଂସଦ ମନେକା ଗାନ୍ଧୀଙ୍କୁ ‘ଘଟିଆ ମହିଳା’ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମେନକା ଗାନ୍ଧୀ ତାଙ୍କ ଦଳର ସାଂସଦ ହୋଇଥିବାରୁ ସେ ଲଜ୍ଜିତ । ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରି ସାରା ଦେଶରେ ପ୍ରାଣୀ ଚିକିତ୍ସକମାନେ ବୁଧବାର ସାଂସଦ ମେନକା ଗାନ୍ଧୀଙ୍କ ବିରୋଧରେ କଳା ଦିନ ପାଳନ କରିଛନ୍ତି ।
ସୂଚନାନୁଯାୟୀ , ବିଧାୟକ ଅଜୟ ବିଷ୍ଣୋଇ ଏହି ପ୍ରସଙ୍ଗରେ ଟୁଇଟ୍ କରି କହିଛନ୍ତି, ‘ସାଂସଦ ମେନକା ଗାନ୍ଧୀ ପ୍ରାଣୀ ଚିକିତ୍ସକ ଡକ୍ଟର ବିକାଶ ଶର୍ମାଙ୍କ ସହ କଥା ହୋଇଥିବା କଥା ପ୍ରମାଣ କରେ ନାହିଁ ଯେ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଜବଲପୁର ମାନ୍ୟତା ପ୍ରାପ୍ତ ନୁହେଁ, କିନ୍ତୁ ଏହା ନିଶ୍ଚିତ ଭାବେ ପ୍ରମାଣିତ ହୋଇଛି ଯେ ମେନକା ଗାନ୍ଧୀ ଅତ୍ୟନ୍ତ ଖରାପ ମହିଳା । ମୁଁ ଲଜ୍ଜିତ ଯେ ସେ ମୋ ଦଳର ଜଣେ ସାଂସଦ ।