ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭାଗ ନେବେ କିନ୍ନର

କେନ୍ଦ୍ରାପଡା,୮/୯: ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କିନ୍ନରମାନେ ପ୍ରତିଦ୍ବନ୍ଦିତା କରିବେ ବୋଲି ବଳଦେବଜୀଉ କିନ୍ନର ସଂଘ, କେନ୍ଦ୍ରାପଡାଙ୍କ ତରଫରୁ ଜଣାପଡିଛି l ଜିଲ୍ଲାର ୯ ଗୋଟି ବ୍ଲକ ମଧ୍ୟରୁ କୌଣସି ନା କୌଣସି ବ୍ଲକ ରେ ସଙ୍ଘ ତରଫରୁ ପ୍ରାର୍ଥୀତ୍ୱ ଜାରି କରିବେ ବୋଲି ସଙ୍ଘର ସଭାନେତ୍ରୀ ଏଲିନା ଦାସ କହିଛନ୍ତି l ନିୟମାନୁଯାୟୀ କିନ୍ନର ଜଣେ ସାଧାରଣ ପ୍ରାପ୍ତ ବୟସ୍କ ନାଗରିକ ଭଳି ମତ ସବ୍ୟସ୍ତ କରିବା ସହିତ ପ୍ରାର୍ଥୀତ୍ୱ ଜାହିର କରିବାର ମଧ୍ୟ ଅଧିକାର ରହିଛି l ରାଜନୈତିକ ଅଧିକାର ନେଇ ଉଭୟ ଦିଗରେ କିନ୍ନର ମନୋନିବେଶ କରିଛନ୍ତି l ନିର୍ବାଚନ ସମୟରେ ଅନ୍ୟ ପ୍ରାର୍ଥୀଙ୍କ ଭଳି ଏମାନେ ପଇସା ଦେଇ ଭୋଟ କିଣିବା ସମ୍ଭବ ନୁହେଁ l କେବଳ ଜନତାଙ୍କ ସେବା କରିବା ପାଇଁ ଭୋଟରଙ୍କ ହୃଦୟ ଜିଣିବାକୁ ଉଦ୍ୟମ କରିବେ l ସଂରକ୍ଷଣ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅଂଚଳର ତଥା ଭୋଟର ମାନଙ୍କର ଉନ୍ନତି ଲକ୍ଷ୍ୟରେ କିନ୍ନର ମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ବୋଲି ସଭାନେତ୍ରୀ କହନ୍ତି l ଆହୁରି ମଧ୍ୟ ଦୀର୍ଘ ଦିନ ପରେ ସରକାର କିନ୍ନର ମାନଙ୍କୁ ଗଣନା କରି ଯୋଜନା ଅପେକ୍ଷା ଥିବାର ଜଣାପଡିଛି l