ଲକ୍ଷ୍ନୌ, ୭/୧୦: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ । ୧୮ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରବାଙ୍କୀରେ ।
ସୂଚନା ଅନୁସାରେ, ଆଉଟିଂ ରିଂ ରୋଡରେ ଏହି ଅଘଟଣ ଘଟିଛି । ଆଉଟିଂ ରୋଡର ବବୁରୀ ଗାଁ ନିକଟ ଦେଇ ଏକ ବସ ଅତିକ୍ରମ କରୁଥିଲା । ଏହା ଦିଲ୍ଲୀରୁ ୫୦ ଯାତ୍ରୀଙ୍କୁ ଧରି ଅଯୋଧ୍ୟା ରୋଡ୍ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଏକ ଟ୍ରକ୍ ସହ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୧୮ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହାସହ ଅନେକ ଗୁରୁତର ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।