ରାୟଗଡ଼ା,୧୮/୫ : ନୂତନ ରେଳ ଲାଇନ ପାଇଁ ବେଦାନ୍ତ ଆଲୁମିନା କମ୍ପାନି ଦ୍ଵାରା ହେଉଥିବା ଗ୍ରାମସଭାକୁ ଅଞ୍ଚଳବାସୀ ତଥା ଜମି ହରାଉଥିବା ଲୋକେ ତୀବ୍ର ବିରୋଧ କରିଛନ୍ତି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ପରିସର ଓ ଅନଯୋଡି ଗ୍ରାମ ଆମ୍ବତୋଟାରେ ବେଦାନ୍ତ କମ୍ପାନି ପକ୍ଷରୁ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଅନଯୋଡି ଗ୍ରାମରେ ଆୟୋଜନ ହୋଇଥିବା ଗ୍ରାମସଭାରେ ଗ୍ରାମବାସୀ ତଥା ଜମି ହରାଉଥିବା ଲୋକେ ଅନୁପସ୍ଥିତି ରହିଥିଲେ। ଏମିତିକି ଆନଯୋଡ଼ି ଗ୍ରାମବାସୀ ନିଜ ଘର କାନ୍ଥରେ ପୋଷ୍ଟର ଲଗାଇ ଏହି ଗ୍ରାମ ସଭାକୁ ବିରୋଧ କରିଥିଲେ। ବେଦାନ୍ତ ପ୍ରଥମେ ଜମି ହରାଉଥିବା ଲୋକମାନଙ୍କ ଉନ୍ନତି ସହ ପ୍ରଭାବିତ ଅଞ୍ଚଳର ବିକାଶ କରିବା ପରେ ଗ୍ରାମସଭା କରୁ ବୋଲି ଲୋକେ ମନ୍ତବ୍ୟ ଦେଇଥିବା ବେଳେ ଜମି ହରାଉ ଥିବା ଲୋକମାନେ ଜମି ନଦେବା ପାଇଁ ମନା କରିଦେଇଥିଲେ।