ମହାକାଳପଡ଼ା ପୋଲିସ ତରଫରୁ ନିଶାମୁକ୍ତ ଭାରତ ଅଭିଯାନ

ମହାକାଳପଡ଼ା,୨୯/୮ : (ଅରକ୍ଷିତ ନାଥ) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପୋଲିସ ତରଫରୁ ଶନିବାର ପଂଚାୟତ ହାଇସ୍କୁଲ,କେୟାରବାଙ୍କ ଓ ଶ୍ରୀ ଶ୍ରୀ ବାୟା ବାବା ମହାବିଦ୍ୟାଳୟ, ମହାକାଳପଡ଼ା ପରିସରେ ନିଶାମୁକ୍ତ ଭାରତ ଅଭିଯାନ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜିର ଯୁବପିଢି ବିଭିନ୍ନ କିସମର ନିଶାସେବନ କରି ନିଜର ଭବିଷ୍ୟତକୁ ଅନ୍ଧକାର କୁ ଠେଲି ଦେଉଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ନିଶାସେବନ ଫଳରେ ଆର୍ଥିକ, ସାମାଜିକ ଓ ପାରିବାରିକ ସମସ୍ୟା ସମାଜ କୁ ବିପଥଗାମୀ କରୁଛି l ନିଶା ସେବନ ରୁ ଦୂରେଇ ରହି ସୁସ୍ଥ ଓ ସୁନ୍ଦର ଜୀବନ ଗଢିତୋଳିହେବ ସେ ବିଷୟରେ ଛାତ୍ରଛାତ୍ରୀଙ୍କ ସହିତ ବିସ୍ତୃତ ଭାବେ ପୋଲିସ ଅଧିକାରି,ଉଚ୍ଚ ବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ l

କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଂଜିତ କୁମାର ଦାସ ଅଧ୍ୟକ୍ଷତା କରିଥି ଲେ l ସହଯୋଗୀ ଉଚ୍ଚ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଓ ମହାବିଦ୍ୟାଳୟ ର ଅନ୍ୟ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ। ମହାକାଳପଡ଼ା ଥାନା ଅଧିକାରୀଣୀ ବନ୍ଦନା ପାତ୍ର, ଏଏସଆଇ ବିଦ୍ୟାଧର ସ୍ୱାଇଁ,ଏଏସଆଇ ଦଶରଥ ମହାରଣା ଏବଂ ହାବିଲଦାର ନିହାର ରଞ୍ଜନ ନାୟକ,ଅରୁଣ କୁମାର ମହାପାତ୍ର, ରତିକାନ୍ତ ସିଙ୍ଗ ପ୍ରମୁଖ ଯୋଗଦେଇ ନିଶାର କୁପ୍ରଭାବ ଓ ଏହାର ଆଇନଗତ ପରିଣାମ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଶା ସେବନ ର ଅପକାରିତା ଓ ଯୁବ ପିଢ଼ି ଙ୍କ କୁସଙ୍ଗ ଫଳରେ ଅଭ୍ୟାସ୍ତତା ନେଇ ବକ୍ତବ୍ୟ ରଖିଥିଲେ l
କାର୍ଯ୍ୟକ୍ରମ ଶେଷରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ନିଶା ସେବନରୁ ଦୂରେଇ ରହିବା ପାଇଁ ଉଭୟ ଶପଥ ଗ୍ରହଣ କରିଥିଲେ।

ନିଶା କେବଳ ଜଣେ ବ୍ୟକ୍ତି କୁ ନୁହେଁ, ସାରା ପରିବାର ଓ ସମାଜକୁ ନଷ୍ଟ କରିଦିଏ। ତେଣୁ ଯୁବପିଢି ଖେଳକୁଦ,ଶିକ୍ଷା, କଳା ଓ ସଂସ୍କୃତି ଆଡକୁ ଆକର୍ଷିତ ହୋଇ ନିଶାଠାରୁ ଦୂରେଇ ରହିବା ଢେର ଆବଶ୍ୟକତା ରହିଛି l