ବୌଦ୍ଧ,୨୦/୫ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଂଚାୟତ ବୁଲୁରା ଠାରେ ଅତିରିକ୍ତ ଗୋଦାମ ଘର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ,ଯୋଗ ଦେଇ ଥିଲେ । ସଂମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ପିଡ଼ି ଅଶ୍ୱିନୀ କୁମାର ମେହେର, ବିଡ଼ିଓ ସ୍ମିତା ରଥ, ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସ୍ଥାନୀୟ ସରପଂଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟା ରଶ୍ମିତା ମହାକୁଡ଼ ଉପସ୍ଥିତ ଥିଲେ । ସୂଚନା ଥାଉକି ପୁର୍ବରୁ ଉକ୍ତ ପଂଚୟତର ପାଣିଘରା, ରାଉତ ପଡ଼ା, ମଳିକ ପଡା, ବୁଲୁରା, ମାଝୀ ସାହି ଆଦି ଗ୍ରାମ ଗୁଡିକ ପିଡ଼ିଏସ ନେଇଯିବା ପାଇଁ ହେଲେ ପ୍ରାୟ ୮ ରୁ ୯ କିଲୋମିଟର ପଡୁଥିଲା ।ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ପୂର୍ବରୁ ଜନସାଧାରଣଙ୍କ ଅଭିଯୋଗ ରହି ଆସୁଥିଲା ପରବର୍ତ୍ତୀ ସମୟରେ ଏହାକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ଗୃହ କୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଏହି ଶୁଭ ଉଦଘାଟନକୁ ନେଇ ସ୍ଥାନୀୟ ଜନସାଧାରଣ ବେଶ ଖୁସି ଥିବା ଜଣାପଡିଛି ।