ଏଗ୍‌ ଶାମି କବାବ୍‌

ସାମଗ୍ରୀ-ଅଣ୍ଡା-୬ଟି, କଟା ପିଆଜ-୩ଚାମଚ, କଟା ଟମାଟୋ-୨ଚାମଚ, କଟା କଞ୍ଚାଲଙ୍କା-୧ଚାମଚ, ବେସନ-୨ଚାମଚ, ଲଙ୍କାଗୁଣ୍ଡ-୧ଚାମଚ, ଧନିଆ ଗୁଣ୍ଡ-୧ଚାମଚ, ଗରମ ମସଲା-୧ଚାମଚ, ଗୋଟା ଧନିଆ-୧ଚାମଚ, ଗ୍ରେଟେଡ଼୍‌ ଚିଜ୍‌-୩ଚାମଚ, ହଳଦି-୧/୨ଚାମଚ,ବଟର ବା ତେଲ-୧୦୦ଗ୍ରାମ, କଟା ଧନିଆପତ୍ର-୩ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ- ପ୍ରଥମେ ୪ଗୋଟି ଅଣ୍ଡାକୁ କୁକରରେ ସିଝାଇଦେବେ । ଛେଚାରେ ଗୋଟା ଧନିଆକୁ ଦର ଛେଚା କରିଦେବେ । ଅଣ୍ଡା ସିଝିଗଲାପରେ ଅଣ୍ଡାରୁ ଖୋଳ ଛଡାଇ ସିଝା ଅଣ୍ଡାର ଏକ କିମା ପ୍ରସ୍ତୁତ କରିବେ । ଚୂଲାରେ କରେଇ ଗରମ କରି ସେଥିରେ ତେଲ ଓ ସାମାନ୍ୟ ହଳଦି ଦେଇ ସେଥିରେ ବେସନକୁ ଭଲଭାବେ ଭାଜିଦେବେ । ବେସନ ଭାଜି ହୋଇଗଲାପରେ ସେଥିରେ ସାମାନ୍ୟ ପାଣି ଦେଇ ବେସନକୁ ଭଲଭାବେ ଜନ୍ତି ଦେବେ ଏହାପରେ ଚୂଲାକୁ ବନ୍ଦ କରି ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ପିଆଜ, କଟା ଟମାଟୋ, କଟା କଞ୍ଚା ଲଙ୍କା, ଗ୍ରେଟେଡ଼୍‌ ଚିଜ୍‌, ଅଣ୍ଡା କିମା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଦରଛେଚା ଗୋଟା ଧନିଆ, ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରିଦେବେ । ଏହାପରେ ସେହି ମିଶ୍ରଣକୁ ବରା ଆକାରର କରି ରଖିଦେବେ ଏହାପରେ ପ୍ୟାନରେ ତେଲ ଗରମ କରି ସେଥିରେ ଗୋଟି ଗୋଟି କରି ମିଶ୍ରଣରେ ପ୍ରସ୍ତୁତ କବାବକୁ ଷେକିବେ । କବାବର ଦୁଇପାଖ ସେକି ହୋଇସାରିବାପରେ ତାକୁ ପ୍ୟାନରୁ କାଢି ଗୋଟିଏ ପାତ୍ରରେ ରଖିଦେବେ । ଏହାପରେ ଆପଣ ଚଟଣୀ ବା ସାଲାଡ଼ ସହ ଏହି ଏଗ୍‌ ଶାମି କବାବ୍‌ର ମଜା ଉଠାଇପାରିବେ ।