ଚରମ ସୀମାରେ ପହଞ୍ଚିଲା ପ୍ରଦୂଷଣ ସ୍ତର: ୨୭% ଲୋକେ ଛାଡ଼ିବେ ଦିଲ୍ଲୀ!

0

ନୂଆଦିଲ୍ଲୀ: ମାତିଛି ପ୍ରଦୂଷଣ ରାକ୍ଷସ । ଦୀପାବଳି ଶେଷ ହେବା ପରେ ଦିଲ୍ଲୀରେ ପ୍ରଦୂଷଣସ୍ତର ଚରମରେ ପହଞ୍ôଚଯାଇଛି । ଦିଲ୍ଲୀ ଓ ଏନସିଆର୍ ଇଲାକା ବର୍ତ୍ତମାନ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ନିଜକୁ ସ୍ଥାନିତ କରିଛି । ପଡ଼ୋଶୀ ପଞ୍ଜାବ, ଉତ୍ତରପ୍ରଦେଶ ଓ ହରିଆଣାର କ୍ଷେତରୁ ଜଳାଯାଉଥିବା ନଡ଼ାର ପ୍ରଭାବ ମଧ୍ୟ ଦିଲ୍ଲୀର ବାୟୁକୁ ଆହୁରି ବିଗାଡ଼ିଦେଉଛି ।

ଏବେ ଦିଲ୍ଲୀ ଓ ଏନସିଆର୍ର କିଛି ସ୍ଥାନ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ରୁ ୫୦୦ ମଧ୍ୟରେ ରହୁଛି ଯାହାକି ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀଭୁକ୍ତ । ସେହିପରି ଦିଲ୍ଲୀର ବହୁ ସ୍ଥାନରେ ଏକ୍ୟୁଆଇ ୩୦୦ ପାର୍ କରିଛି । ରାଷ୍ଟ୍ରୀୟ ରାଜଧାନୀ ହୋଇଥିବା ଯୋଗୁଁ ପ୍ରତିଦିନ ଲକ୍ଷାଧିକ ଯାନବାହନ ଚଳାଚଳ କରୁଛି । ସେଗୁଡ଼ିକରୁ ନିର୍ଗତ ହେଉଥିବା ଧୂଆଁ ବାୟୁକୁ ଏବେ ବିଷାକ୍ତ କରିସାରିଳାଣି ।

ନିକଟରେ ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ୯ହଜାର ଲୋକ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ କହିଥିଲେ ଯେ ବାୟୁ ପ୍ରଦୂଷଣର ପ୍ରଭାବ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ଘୋର ପ୍ରଭାବ ପକାଇଛି । ବାକି ୩୦ ପ୍ରତିଶତ ଲୋକଙ୍କ୍ ମତ ଅନୁଯାୟୀ ଘରେ ରହୁଥିବା ବୟସ୍କମାନେ ଏହାଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ରୋଗଶଯ୍ୟାରେ ପୀଡ଼ିତ । ଏପରିକି ଛୋଟ ଛୋଟ ସ୍କୁଲ ପିଲାମାନେ ମଧ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ଅସୁସ୍ଥତା ଅନୁଭବ କରୁଛନ୍ତି । ସର୍ଭେରେ ସାମିଲ ୨୭ ପ୍ରତିଶତ ଲୋକ ଏବେ ଦିଲ୍ଲୀ ଛାଡ଼ିବା ଉପରେ ବିଚାର କରୁଛନ୍ତି ବୋଲି ମତ ରଖିଥିଲେ ।

Leave A Reply

Your email address will not be published.