ସୁସ୍ଥ ଶରୀର ଆପଣଙ୍କ ପାଚନ ତନ୍ତ୍ର ଉପରେ ର୍ନିଭର କରିଥାଏ । ପାଚନ ତନ୍ତ୍ର ସାହାଯ୍ୟରେ ଖାଦ୍ୟ ଆପଣଙ୍କ ଶରୀରର ଆବଶ୍ୟକତାକୁ ପୁରଣ କରିଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ୩ ଶିରର କୋଷିକା ଠିକ୍ ରହିଥାଏ । ତେବେ ଯୋଗାସନ ପାଚନ ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେଉଁସବୁ ଯୋଗାସନ ପାଚନ ତନ୍ତ୍ରକୁ ଠିକ୍ ରଖିଥାଏ ।
ବଜ୍ରାସନ- ଖାଦ୍ୟ ଖାଇବା ପରେ ବଜ୍ରାଜନ କରିବା ଉଚିତ । ଏହା ଦ୍ୱାରା ପଟେ ଏବଂ ଗର୍ଭାଶୟର ମାଂସପେଶୀକୁ ଶକ୍ତି ମିଳିଥାଏ । ନିୟମିତ ଭାବରେ ବଜ୍ରାସନର ଅଭ୍ୟାସ ଗଣ୍ଠି ବ୍ୟଥା ଭଳି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ବଜ୍ରାସନ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
ନୌକାସନ- ନୌକାସନ ପେଟର ଚର୍ବି ଅଂଶକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।
ଧନୁରାସନ- ଏହି ଆସନ ଦ୍ୱାରା ଶରୀରର ଅନ୍ତଅଙ୍ଗ ଏବଂ ମାଂସପେଶୀ ସୁସ୍ଥ ରହିଥାଏ । ଗଳା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ନୌକାସନ । ପାଚନ ଶକ୍ତି ବଢାଇବା ସହ ଅଣ୍ଟା ବ୍ୟଥା ଏବଂ ପେଟ ଜନିତ ରୋଗକୁ ଦୂର କରିବାରେ ମାଧ୍ୟ ଏହା ସାହାଯ୍ୟ କରିଥାଏ ।
Next Post