ଓଡ଼ିଶା ପୁଲିସକୁ ଭରସା ନାହିଁ : ନିଜ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଲେ ଜୟ ନାରାୟଣ

ସମ୍ବଲପୁର,୩/୨ : ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ (ପିଏସ୍‌‌ଓ)ଙ୍କୁ ଫେରାଇ ଦେଲେ । ଓଡ଼ିଶା ପୁଲିସ ଉପରେ ଭରସା ନ ଥିବାରୁ ଏମିତି ପଦକ୍ଷେପ ନେଇଥିବା କହିଛନ୍ତି ଜୟ ନାରାୟଣ। ନବ ଦାସଙ୍କୁ ହତ୍ୟା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜୟ ନାରାୟଣ। ସେଥିପାଇଁ ତାଙ୍କୁ ସରକାର ଦେଇଥିବା ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଲେ। ସରକାରଙ୍କ ପାଖରେ ଥିବା ସବୁ ପୁଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ରହୁଛନ୍ତି। ତେଣୁ ଓଡ଼ିଶା ପୁଲିସ ଉପରେ ଆଉ ଆସ୍ଥା କି ଭରସା ନଥିବା ସେ କହିଛନ୍ତି ।