ଆଇପିଏଲ୍‌-୨୦୨୬ : ଆଜି ବେଙ୍ଗାଲୁରୁ ଏବଂ ଗୁଜରାଟ ମଧ୍ୟରେ ମୋହା ଲଢ଼େଇ

ନୂଆଦିଲ୍ଲୀ, ୩୧/୦୫ : ଆଇପିଏଲ୍‌ ୨୦୨୬ର ଫାଇନାଲ୍ ମ୍ୟାଚ୍‌ ଆଜି ସନ୍ଧ୍ୟାରେ ଖେଳାଯିବ। ଅହମଦାବାଦସ୍ଥିତ ନରେନ୍ଦ୍ର ‌ମୋଦୀ ଷ୍ଟାଡିୟମରେ ଏହି ବହୁ ପ୍ରତୀକ୍ଷିତ ମୁକାବିଲାର ଆୟୋଜନ ହେବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଗୁଜରାଟ ଟାଇଟନ୍ସ ଭେଟିବ। ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ଉନ୍ନତ ରନ୍ ରେଟ୍ ଯୋଗୁଁ ବେଙ୍ଗାଲୁରୁ ଫାଇନାଲ୍ ଟେବୁଲ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗୁଜରାଟ ମଧ୍ୟ ୧୮ ପଏଣ୍ଟ ସହିତ ପଛରେ ନଥିଲା। ବେଙ୍ଗାଲୁରୁ ସମଗ୍ର ସିଜନ୍‌ରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି, ଯେତେବେଳେ ଗୁଜରାଟ ସଂଯମତା ପ୍ରଦର୍ଶନ କରିଛି। ଏପରି ପରିସ୍ଥିତିରେ ଫାଇନାଲରେ ଦୁଇ ଦଳ ମଧ୍ୟରେ କଠିନ ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇପିଏଲ୍‌ ୨୦୨୬ ଫାଇନାଲ ପାଇଁ ଗୋଟିଏ ଦିନର ରିଜର୍ଭ ଡେ ସ୍ଥିର କରିଛି। ଯଦି ବର୍ଷା ଯୋଗୁଁ ପ୍ରଥମ ଦିନରେ ଫାଇନାଲ ମ୍ୟାଚ୍ ଖେଳାଯାଇପାରିବ ନାହିଁ। ତେବେ ମ୍ୟାଚ୍ ରିଜର୍ଭ ଡେରେ ଖେଳାଯିବ। ପୂର୍ବରୁ ୨୦୨୩ରେ ଫାଇନାଲ୍ ରିଜର୍ଭ ଡେ’ରେ ଖେଳାଯାଇଥିଲା। ଗୁଜୁରାଟ ଟାଇଟାନ୍ସକୁ ଚେନ୍ନାଇ ସୁପର କିଙ୍ଗସ୍ପ ରାସ୍ତ କରିଥିଲା। ସେହି ମ୍ୟାଚ୍ ମଧ୍ୟ ଅହମଦାବାଦରେ ଖେଳାଯାଇଥିଲା। ଯଦି ଆଇପିଏଲ୍‌ ୨୦୨୬ ଫାଇନାଲ୍ ରିଜର୍ଭ ଡେରେ ଖେଳାଯାଇପାରିବ ନାହିଁ, ତେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବିଜେତା ଘୋଷଣା କରାଯିବ। ପଏଣ୍ଟ ଟେବୁଲରେ ବାଙ୍ଗାଲୋର ପ୍ରଥମ ସ୍ଥାନରେ ଥିଲା ଏବଂ ଆଇପିଏଲ୍‌ ନିୟମ ଅନୁଯାୟୀ, ଲିଗ୍ ପର୍ଯ୍ୟାୟରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଦଳକୁ ଟ୍ରଫି ପ୍ରଦାନ କରାଯିବ। ଆଇପିଏଲ୍‌ ଫାଇନାଲ୍ ସମୟରେ ଅହମଦାବାଦର ପାଗକୁ ବିଚାରକୁ ନେଇ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରହିବା ଆଶା କରାଯାଉଛି। ତେଣୁ, ମ୍ୟାଚ୍ ପ୍ରଥମ ଦିନରେ ହିଁ ସମାପ୍ତ ହୋଇପାରିବ।