ନୂଆଦିଲ୍ଲୀ,୨୮/୩ : ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ ଖରାପ ଖବର ଆସିଛି। ଜରୁରୀ ମେଡିସିନ ଗୁଡ଼ିକର ଦାମ ୧୨% ଯାଏ ବଢ଼ିବ। ଏପ୍ରିଲ ୧ ତାରିଖରୁ ବିଭିନ୍ନ ପ୍ରକାରର ପେନକିଲର୍ସ, ଆଣ୍ଟିବାୟୋଟିକ, ସଂକ୍ରମର ନିରୋଧ ଔଷଧ ଓ ହୃଦଘାତ ଜନିତ ମେଡିସିନର ଦାମ ବୃଦ୍ଧି ପାଇବ।
ଗତବର୍ଷ ନ୍ୟାଶନାଲ ଫାର୍ମାସିଟ୍ୟୁକାଲ ପ୍ରାଇସିଂ ଅଥୋରିଟି(ଏନପିପିଏ) ମେଡିସିନର ହୋଲସେଲ ପ୍ରାଇସ ଇଣ୍ଡେକ୍ସ(WPI) ୧୦.୭% ବଢ଼ିବ ବୋଲି କହିଥିଲା। ପ୍ରତିବର୍ଷ ଏନପିପିଏ WPIରେ ପରିବର୍ତ୍ତନ କରିଥାଏ। ଡ୍ରଗ୍ସ(ପ୍ରାଇସ କଣ୍ଟ୍ରୋଲ) ନିର୍ଦ୍ଦେଶ ୨୦୧୩ ବା ଡିପିସିଓ ୨୦୧୩ ଅନୁଯାୟୀ ଏପରି ପରିବର୍ତ୍ତନ ହୋଇଥାଏ।
ଏନପିପିଏ ଦ୍ୱାରା ନିୟନ୍ତ୍ରିତ ଔଷଧ ଦରରେ ଏପରି ପରିବର୍ତ୍ତନ ହେବ। ବାକି ଔଷଧର ଦାମ ପ୍ରତିବର୍ଷ ୧୦% ଯାଏ ବୃଦ୍ଧି କରାଯାଇଥାଏ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସେଡ୍ୟୁଲଡ ଔଷଧର ଦାମ ନନ୍ ସେଡ୍ୟୁଲଡ ଔଷଧ ତୁଳନାରେ ଅଧିକ ହେବାକୁ ଯାଉଛି। ସେଡ୍ୟୁଲଡ ଔଷଧଗୁଡ଼ିକ ଜାତୀୟ ସ୍ତରରର ଜରୁରୀ ମେଡିସିନ ତାଲିକାରେ ରହିଥାଏ। ଏବେ ସେହି ସବୁ ଜରୁରୀ ମେଡିସିନର ଦାମ ୧୨% ଯାଏ ବୃଦ୍ଧି ପାଇବାକୁ ଯାଉଛି।