ନୂଆଦିଲ୍ଲୀ,୭/୪: ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଆଜି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ଯୋଗାଯୋଗ ଦାୟିତ୍ବରେ ଥିବା ଦଳର ସାଧାରଣ ସଚିବ ଜୟରାମ ରମେଶଙ୍କୁ ଭେଟିଛନ୍ତି। ଖଡ୍ଗେଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ସିଦ୍ଧୁ କହିଲେ, ଖଡ୍ଗେ ହେଉଛନ୍ତି ଗରିବମାନଙ୍କର ସମର୍ଥକ ଓ ସତ୍ୟର ପ୍ରବକ୍ତା । ସେ ଦଳ ପାଇଁ ସକାରାତ୍କମ ବାତାବରଣ ଓ ସୌଭାଗ୍ୟ ଆଣିଛନ୍ତି।
ଟୁଇଟର୍ ହ୍ୟାଣ୍ଡଲ୍ରେ ନବଜୋତ୍ ସିଦ୍ଧୁ ଲେଖିଛନ୍ତି, ୯ ଥର ବିଧାୟକ, ୩ ଥର ସାଂସଦ, ଗରିବମାନଙ୍କର ସମର୍ଥକ, ସତ୍ୟର ପ୍ରବକ୍ତା- ଏସବୁର ସାର୍ଥକ ନାଁ ହେଉଛନ୍ତି ମଲ୍ଲିକାର୍ଜୁନ ଖଡ୍ଗେ। ମାନ୍ୟବର କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟି ଆଶିଷ ଗ୍ରହଣ କଲି। ସେ ଦଳରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ସହିତ ଦଳ ପାଇଁ ସୌଭାଗ୍ୟ ଆଣିଛନ୍ତି।
