ନୂଆଦିଲ୍ଲୀ: ଗୁଜୁରାଟର ସୁରତ କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ମୋଦୀ ସରନେମ’ ବିବୃତ୍ତି ପାଇଁ ଦୋଷୀ ସାବ୍ୟସ୍ତ ହେବା ପାଇଁ ସୁରତ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିମ୍ନ ଅଦାଲତର ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛନ୍ତି । ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ବର୍ତ୍ତମାନ ହାଇକୋର୍ଟ ଯାଇପାରେ ।
ତେବେ ‘ମୋଦି ସରନେମ’ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ। ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ବର୍ତ୍ତମାନ ଆବେଦନକୁ ମଧ୍ୟ ଖାରଜ କରିଦେଇଛି ସୁରତ ସେସନ୍ସ କୋର୍ଟ। ଭାରତୀୟ ଜନତା ପାର୍ଟି ବିଧାୟକ ତଥା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି କୋର୍ଟରେ ଦାଖଲ କରିଥିବା ଜବାବରେ ରାହୁଲ ଗାନ୍ଧିଙ୍କ ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତା ବାରମ୍ବାର ଏପରି ଦୋଷ କରୁଛନ୍ତି ଏବଂ ଅପମାନଜନକ ବୟାନ ଦେବା ତାଙ୍କର ଅଭ୍ୟାସଗତ ପ୍ରବୃତ୍ତି।