ପତଳା ରହିବା ଆଜି କାଲିର ନୂଆ ଟ୍ରେଣ୍ଡ୍। କେବଳ ଯୁବପିଢି ନୁହେଁ ସବୁବର୍ଗର ଲୋକେ ସ୍ଲିମ୍ ଟ୍ରିମ୍ ଏବଂ ଫିଟ୍ ରହିବାକୁ ଚାହାନ୍ତି। ପତଳା ହେବା ଦ୍ୱାରା ମନରେ ଆତ୍ମବିଶାସ ମଧ୍ୟ ବଢିଥାଏ। ବ୍ୟସ୍ତବହୁଳ ଜୀବନରେ କିଛି ସମୟର ୱାର୍କଆଉଟ୍ କରିବା ଦ୍ୱାରା ମୋଟାପଣରୁ
ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ପତଳା ହେବାର କିଛି ଉପାୟ।
ଚାଲିବା ଏବଂ ଦୌଡିବା- ପ୍ରତିଦିନ ସକାଳୁ ଚାଲିବା ଏବଂ ଦୌଡିବା ଫଳରେ ଶରୀରର ଯୋଡ ଶକ୍ତ ଓ ମଜ୍ବୁତ୍ ହୁଏ । ଏହା ବ୍ୟତିତ ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେବା ସହ ହୃତପିଣ୍ଡ ସୁସ୍ଥ ରୁହେ ।
ଯୋଗ- ପ୍ରତିଦିନ ଯୋଗ କରିବା ଦ୍ୱାରା ପେଟର ମୋଟାପଣ କମିବା ସହ ଶରୀର ସୁସ୍ଥ ରହିଥାଏ ।
ଗରମପାଣି-ସକାଳୁ ଉଠି ଦୁଇ ଗ୍ଲାସ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା କୋଷ୍ଟକାଠିନ୍ୟ ସମସ୍ୟା ଦୂର ହେବା ସହ ଶରୀରରୁ ଟକସିନ୍ ବାହାରିଯାଇଥାଏ । ଯାହାଦ୍ୱାରା ଶରୀରର ମୋଟାପଣ ଦୂର ହୋଇଥାଏ ।
ଗ୍ରୀନ୍ ଟି ଓ ଅମଲେଟ୍ – ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏହା ସହିତ ଆପଣ ଗ୍ରୀନ୍ ଟି ମଧ୍ୟ ପିଇପାରିବେ ।
