ବିଶ୍ୱକପ୍‌ରେ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଖେଳିବାର ସୁଯୋଗ ଦିଆଯିବ କି ନାହିଁ ? ଜବାବ ରଖିଲେ ଡାଏନା

ନୂଆଦିଲ୍ଲୀ, ୧୨/୧ : କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ’ରେ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର କେଏଲ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପରେ ବିସିସିଆଇ ପକ୍ଷରୁ ଦୁହିଁଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛ । ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାନ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଏହି ଦୁଇ ଖେଳାଳିଙ୍କୁ ଭାରତ ପଠାଇ ଦିଆଯାଇଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ତଦନ୍ତ ରିପୋର୍ଟ ଆସିବା ପରେ କଣ କରାଯିବ ଏବଂ ତାଠାରୁ ବି ବଡ ପ୍ରଶ୍ନ ହେଉଛି ଚଳିତ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱକପରେ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଖେଳିବାର ସୁଯୋଗ ଦିଆଯିବ ନା ନାହିଁ?
ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସିଓଏ ସଦସ୍ୟ ଡାଏନା ଏଡୁଲkୀ ଛ ଆସ;ୁ ଜାଣିବା ଏହି ପ୍ରସଙ୍ଗରେ ସେ କଣ କହୁଛନ୍ତି ।
ସିଓଏର ମହିଳା ସଦସ୍ୟ ଡାଏନା ଏଡୁଲkୀ କହିଛନ୍ତି କି, କିଏ ବି ଖେଳରୁ ବଡ ନୁହେଁ କିମ୍ବା ସଂସ୍ଥାରୁ ବଡ ନୁହେ । ସମସ୍ତଙ୍କ ପାଇଁ କିଛି ନିୟମ କାନୁନ ରହିଥାଏ । ଏହା ଖେଳାଳୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ମଧ୍ୟ ଉଲ୍ଲେଖ ରହିଛି । ସେମାନଙ୍କୁ ଏହି ନିୟମର ପାଳନ କରିବାକୁ ପଡିଥାଏ । ସମସ୍ତ ଖେଳାଳୀଙ୍କୁ ନିଜ ଦାୟୀତ୍ୱ ବୁଝିବାକୁ ହେବ । ଏଭଳି ଖରାପ ମନ୍ତବ୍ୟରୁ ବିସିସିଆଇର ଚତିତ୍ରରେ ମଧ୍ୟ ପ୍ରଶ୍ନ ଉଠୁଛି ଏବଂ ଆମକୁ ତାହା ସୁଧାରିବାକୁ ପଡିବ । ଆମେ ସେମାନଙ୍କୁ ଫେରାଇ ଆଣିବୁ । ଏବେ ସେମାନଙ୍କୁ ନିଲମ୍ବିତ କରାଯାଇଥିବାରୁ ସେମାନଙ୍କୁ ଭାରତ ପଠାଯାଇଛି । କି;ୁ ଖୁବ୍‌ ଶୀଘ୍ର ସେମାନେ ଫେରିବେ ।

SBI_Festive_Digital Billboard