ଶୋଇବା ସମୟରେ ପାଖରେ ରଖି ସୁଅନ୍ତୁ ନାହିଁ ମୋବାଇଲ,ସମସ୍ୟାରେ ପଡ଼ିପାରନ୍ତି

କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ମୋବାଇଲ୍‌ ଫୋନ୍‌କୁ ରାତିରେ ପାଖରେ ରଖି ଶୋଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ।ଶୋଇବା ପୂର୍ବରୁ ଅନେକ ଲୋକ ମୋବାଲ୍‌ ଫୋନ୍‌ରେ କଥା ହୁଅନ୍ତି, ଚାଟ୍‌ କରନ୍ତି। ତା’ପରେ ଫୋନ୍‌କୁ ପାଖରେ ରଖି ଶୋଇଯାଆନ୍ତି। ଆପଣ ବି ଏମିତି କରୁଥିବେ! କିନ୍ତୁ ଏଅଭ୍ୟାସ ଭଲ ନୁହେଁ। ଏହା ଅନେକ ବିପଦକୁ ଆମନ୍ତ୍ରଣ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହା ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ।

  • ରାତିରେ ଶୋଇବା ପୂର୍ବରୁ ମୋବାଇଲ୍‌ ଫୋନ୍‌ର ବ୍ୟବହାର କଲେ ଏଥିରୁ ନିର୍ଗତ ନୀଳରଶ୍ମୀ ଶରୀରରେ ଥିବା ମେଲାଟୋନିନ୍ ହର୍ମୋନ୍‌ ମାତ୍ରାକୁ କମ୍‌ କରାଏ। ଯେଉଁ କାରଣରୁ ନିଦ୍ରାହିନତା ଭଳି ସମସ୍ୟା ଦେଖାଯାଇଥାଏ।
  • ସ୍ମାର୍ଟ୍‌ ଫୋନ୍‌ରୁ ନିର୍ଗତ ହେଉଥିବା ଇଲଟ୍ରୋମ୍ୟାଗ୍‌ନେଟିକ୍‌ ତରଙ୍ଗ ଭୟଙ୍କର ରୋଗର କାରଣ ହୋଇପାରେ। ଏଥିପାଇଁ ଶୋଇବା ସମୟରେ ମୁଣ୍ଡ ପାଖରେ ମୋବାଇଲ୍‌ ଫୋନ୍‌ ରଖି ଶୁଅନ୍ତୁ ନାହିଁ। ଖାସ୍‌କରି ଛୋଟ ଛୁଆଙ୍କ ମୁଣ୍ଡପାଖରୁ ଏହାକୁ ଦୂରେଇ ରଖନ୍ତୁ।