ଭୁବନେଶ୍ୱର, ୦୫/୧୦ : ଜଗନ୍ନାଥ ଦର୍ଶନ ପାଇଁ ଇନ୍ଦୋରରୁ ପୁରୀ ଅଭିମୁଖେ ବାହାରିଥିଲେ ପରିବାର । ହେଲେ ପୁରୀରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ସୋହେଲା-ମଧୁପୁର ଅଞ୍ଚଳରେ ପରିବାର ଲୋକଙ୍କୁ ନେଇ ଯାଉଥିବା କାର୍ଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ଜଣାପଡ଼ିଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୬୧ ବର୍ଷୀୟ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି ।