ବାଜିଲା ନିର୍ବାଚନ ବିଗୁଲ୍ : ୧୫ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର, ୦୫/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ନିର୍ବାଚନ ଏବଂ ୧୬ରେ ଶପଥ ଗ୍ରହଣ ପରେ କଲେଜଗୁଡ଼ିକରେ ଦଶହରା ଛୁଟି ଆରମ୍ଭ ହେବ। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ନୋଟିଫିକେସନ୍ ପ୍ରକାଶ ପାଇବ। ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ କରାଯିବ। ନିର୍ବାଚନରେ ବିଜୟୀ ହୋଇଥିବା ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ।