ବହୁଦିନପରେ ଚଳିତବର୍ଷ କରୀନା କପୁର ଖାନ୍ ଓ ଅକ୍ଷୟ କୁମାର ଏକାଠି କାମ କରିବାକୁ ଯାଉଛନ୍ତି । ବେୱଫା, ଗବର ଇଜ୍ ବ୍ୟାକ୍, କମ୍ବଖ୍ତ ଇଶP ଆଦି ସୁପର ହିଟ୍ ଫିଲ୍ମରେ ଏମାନେ ନିଜର ପାରିବା ପଣିଆ ଓ କେମେଷ୍ଟ୍ରିକୁ ଦର୍ଶକାନଙ୍କୁ ଦେଖାଇସାରିଛନ୍ତି। ସିନେମାରେ ଅMି ଓ ବେବୋଙ୍କ ଲଭ୍ ରୋମାନ୍ସକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି । ସେହିପରି ବର୍ତ୍ତମାନ ଏଦୁଇ ସେଲିବ୍ରିଟି ରେଡି ହୋଇଯାଇଛନ୍ତି ରାଜ୍ ମେହେତାଙ୍କ ଫିଲ୍ମ ‘ଗୁଡ୍ ନୁ୍ୟଜ୍’ର ସୁଟିଂ ପାଇଁ । କେଶରୀର ସୁଟିଂ ସାରି ଅକ୍ଷୟ କୁମାର ଜାନୁଆରୀ ୨୭ ତାରିଖରେ ‘ଗଡ୍ ନୁ୍ୟଜ୍’ର ସୁଟିଂ ସେଟ୍ରେ ଯୋଗଦେବେ । ଫିଲ୍ମରେ ବେବୋ ଓ ଅMିଙ୍କ ସହ କାଏରା ଆଡଭାନି ଓ ଦିଲ୍ଜିତ୍ ଦୋସାr ଦେଖାଦେବେ । ଗତବର୍ଷ ନଭେମ୍ବରମାସ ଦୀଲଜିତ୍ ଓ କାଏରା ନିଜର ସୁଟିଂ ଆରମ୍ଭ କରିସାରିଛନ୍ତି । ତେବେ ଫିଲ୍ମର ସୁଟିଂ ନେଇ ବେବୋ ଓ ଦୀଲଜିତ୍ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ବଟୌଦୀ ବଧୂ ବେବୋଙ୍କ ନାଁ ରେ ବର୍ତ୍ତମାନ ଆଉ ଏକ ଗୁଜବ ଶୁଣିବାକୁ ମିଳୁଛି । ଗୁଜବଟି ହେଲା ପଟୌଦୀ ପରିବାରର ବୋହୂ କରୀନା କପୁର ଖାନ୍ ଭୋପାଳରୁ ନିର୍ବାଚନ ଲଢିବେ । ତା’ ପୁଣି କଂଗ୍ରେସ ଦଳରୁ । ଏନେଇ କରୀନାଙ୍କ ସମ୍ମୁଖରେ ପ୍ରସ୍ଥାବ ରଖିଛନ୍ତି ପ୍ରଦେଶ କଂଗ୍ରେସ ମୁଖପାତ୍ର କମଲ ନାଥ । କିନ୍ତୁ ବେବୋ ନିର୍ବାଚନରେ ସାମିଲ ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିଯିବ ।