୪୩ବର୍ଷୀୟା ସୁସ୍ମିତା ସେନ୍ ନିଜ ବିବାହକୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ । ସୁସ୍ମିତା ବର୍ତ୍ତମାନର ବୟଫ୍ରେଣ୍ଡ ରୋହମନଙ୍କ ସହ ସାସାଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରୁଛନ୍ତି । ନିକଟରେ ବୟଫ୍ରେଣ୍ଡ ରୋହମ ସୋସାଲ ମିଡ଼ିଆରେ ଏକ ଫଟୋ ଅପ୍ଲୋଡ୍ କରିଛନ୍ତି ଓ ଫଟୋରେ ଟ୍ୟାଗ୍ ଲାଇନ୍ ଦେଇଛନ୍ତି ‘ମାଇ ଲାଇଫ୍ଲାଇନ୍ସ’ । ରୋହମଙ୍କ ଏଭଳି ପୋଷ୍ଟରୁ ଜଣାପଡିଯାଉଛି ଯେ ରୋହମ ସୁସ୍ମିତାଙ୍କ କେତେ ନିକଟତର । ରୋହମ ପେଶାରେ ଜଣେ ମଡ଼େଲ । ରୋହମ ଏବେ ବେଶ୍ ଖୁସି କାରଣ ସୁସ୍ମିତାଙ୍କ ପସନ୍ଦ ରୋହମଙ୍କୁ ଝିଅ ରିନୀ ଓ ଅଲୀଶା ମଧ୍ୟ ପସନ୍ଦ କରୁଛନ୍ତି । ରୋହମ ସୁସ୍ମିତାଙ୍କଠାରୁ ବୟସରେ ୧୫ବର୍ଷ ସାନ । ଦୁହେଁ ଏବେ ଦୁହିଁଙ୍କ ପ୍ରେମରେ ମଗ୍ନ ହୋଇଯାଇଛନ୍ତି । ରୋହମଙ୍କ ପୁର୍ବରୁ ସୁସ୍ମିତାଙ୍କ ନାଁ ବିକ୍ରମ ଭଟ୍ଟ, ସଞ୍ଜୟ ନାରଙ୍ଗ, ବସୀମ ଅକରମ ଆଦିଙ୍କ ସ ଯୋଡ଼ା ହୋଇସାରିଛି । ଅବିବାହିତ ସୁସ୍ମିତା ଏପର୍ଯ୍ୟନ୍ତ କାହାରିକୁ ନିଜ ଜୀବନସାଥୀଭାବେ ବାଛିନଥିବାବେଳେ ରୋହମଙ୍କୁ ନେଇ ସୁସ୍ମିତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ଉଙ୍କି ମାରୁଛି । କିନ୍ତୁ ସୁସ୍ମିତା ରୋହମଙ୍କୁ ନିଜ ଜୀବନସାଥୀଭାବେ ବାଛିବେ କି ନାହିଁ ତାହା ତ କେବଳ ସମୟ ହିଁ କହିବ ।