ଭୁବନେଶ୍ୱର,୦୬/୧ : ବିଲେଇପଦା ଆରଆଇ ପିର୍ ଖାନ ଜମିପଟ୍ଟା କରାଇଦେବା ବାବଦକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଯୋଡ଼ା ବ୍ଳକ, ମୁର୍ଗାବେଡା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମିପଟ୍ଟା ଆବେଦନ କରିବାପରେ ବି ଜମିପଟ୍ଟା ପାଇପାରୁନଥିଲେ । ଜମି ପଟ୍ଟା କରାଇଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କ ଠାରୁ ୫୦ହାଜର ଟଙ୍କା ଦାବି କରିଥିଲେ । ଏନେଇ ଦୁବୁରାଜ, କେନ୍ଦୁଝର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର୍ଯ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ବଡ଼ବିଲ ତହସିଲ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ତେଲକୋଇ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି ବୋଲି ସୂଚନା ରହିଛି । ଯାଞ୍ଚ ପରେ ଆର ଆଇଙ୍କ ଠାରୁ କେତେ କଣ ମିଳିଲା ସେନେଇ ସୂଚନା ମିଳିପାରିବ । ବାଲେଶ୍ଵର ଡିଏସ ପି ଏସ ଏସ ପୂଜାରୀ, କେନ୍ଦୁଝର ଡିଏସ ପି , ଡି. କେ. ନାଏକଙ୍କ ସମେତ ୬ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।