ନୂଆଦିଲ୍ଲୀ, ୧୬/୦୫ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୁଣି ବିଗିଡ଼ି ଯାଇଛି। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ବକୁ ବଡ଼ ବାର୍ତ୍ତା ଦେଇଥିଲା ଯେ,ଦେଶ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ। ପାକିସ୍ତାନର ଏଭଳି କାର୍ଯ୍ୟକଳାପ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି। ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।