କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ 

ଭୁବନେଶ୍ୱର ୦୬/୦୧: ରାଜ୍ୟରେ ପୋଲିସକୁ ଚକ୍‌ମା ଦେଇ ବେଧଡର ବଢାଇ ଚାଲିଛନ୍ତି ବ୍ରାଉନସୁଗାର କାରବାର । ଏହି ପରିପ୍ରେକ୍ଷୀରେ ବିଭିନ୍ନସାଥନରେ ଚଢାଉ କରିଚାଲିଛି ଏସ୍‌ଟିଏଫ୍ । ଆଜି ଏସଟିଏଫ ପଞ୍ଝାରେ ଜଣେ ବ୍ରାଉନସୁଗାର ବ୍ୟବସାୟୀ ପଡିଛନ୍ତି । ନିମାପଡାର ଏକ ପେଟ୍ରୋଲ ପମ୍ପ ସାମ୍ନାରୁ ବ୍ରାଉନସୁଗାର ଜବତ ହୋଇଛି ୧ କେଜି ୬୦ ଗ୍ରାମ ବ୍ରାଉନସୁଗାର । କେବଳ ବ୍ରାଉନସୁଗାର ନୁହେଁ ନିମାପଡା ଗୁଲାପଡାର ପପୁଲୁ ଓରଫ ସୁଜିତ୍ ମହାନ୍ତିଙ୍କ ନାମକ ବ୍ୟବସାୟୀକୁ ଗିରଫ କରିଛି ଏସ୍‌ଟିଏଫ୍‌ । ଜବତ ବ୍ରାଉନସୁଗାରର ମୁଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି ।