ପିଲାମାନଙ୍କୁ ସୁସ୍ଥ ରଖିବା ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ । ଏଥିପାଇଁ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ଜିନିଷକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ହୋଇଥାଏ । ଏ କ୍ଷେତ୍ରରେ ରାଶି ଲଡୁ ଏକ ଉତ୍ତମ ବିକଳ୍ପ । ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରାଶି ଲଡୁ ପୁଷ୍ଟିକର ଖାଦ୍ୟର ଏକ ଭଣ୍ଡାର । ଏଥିରେ କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଥାଏ । ରାଶି ଲଡୁ ଷ୍ଟ୍ରଙ୍ଗ୍ ହାଡ ନିର୍ମାଣରେ ସାହାଯ୍ୟ କରେ । ଏହା ମସ୍ତିଷ୍କ ବିକାଶ ସହ ହୃଦୟ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବେଶ୍ ଜରୁରୀ ଅଟେ ।
ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ ରାଶି ହୋଇଥିବାରୁ ଏହା ପିଲାମାନଙ୍କର ବୃଦ୍ଧି ଏବଂ ମାଂସପେଶୀ ନିର୍ମାଣରେ ସହାୟକ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରାଶି ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ ଏବଂ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ଗଠନ କରିଥାଏ । ପିଲାଙ୍କର ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ । ଏହା ପିଲାମାନଙ୍କଠାରେ ଉତ୍ତମ ଏକାଗ୍ରତା ଏବଂ ମସ୍ତିଷ୍କର ବିକାଶ କରିବାକୁ ପ୍ରୋତ୍ସାହିତ କରେ । ରାଶି ଲଡୁରୁ ମିଳୁଥିବା ପ୍ରାକୃତିକ ଏନର୍ଜି ବୁଷ୍ଟର୍ ପିଲାଙ୍କ ପାଇଁ ଏକ ଭଲ ସ୍ନାକ୍ସ ଅଟେ । ରାଶି ଲଡୁରୁ ପ୍ରଚୁର ପରିମାଣରେ ମିଳୁଥିବା କ୍ୟାଲସିୟମ ଏବଂ ଫସଫରସ୍ ବଢୁଥିବା ପିଲାମାନଙ୍କର ସୁସ୍ଥ ହାଡ ଗଠନରେ ସାହାଯ୍ୟ କରେ । ଏହା ସହିତ ପିଲାମାନଙ୍କର ପିଲାମାନଙ୍କର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଦୂରେଇ ରଖେ ।