ବଲିଉଡ୍ର ଦିଗ୍ଗଜ କଳାକାର ଅମିତାଭ ବଚ୍ଚନ, ଶାହାରୁଖ ଖାନ୍,ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ହ୍ରିତିକ ରୋଶନ, ମାଧୁରୀ ଦିକ୍ଷୀତ ନେନେ, ଦୀପିକା ପାଦୁକୋଣ, ବରୁଣ ଧୱନ ଆଦି ଅନେକଙ୍କ ମହମ ପ୍ରତୀମା ସ୍ଥାନ ପାଇଛି ମାଡ଼ମ ତୁସାଦ ମୁ୍ୟଜିୟମରେ । ତେବେ ଏହି ପ୍ରତିମୂର୍ତ୍ତିମାନଙ୍କରେ ଆଉଜଣେ ସୁନ୍ଦରୀ ସାମିଲ ହୋଇଯାଇଛନ୍ତି । ସେ ସୁନ୍ଦରୀ ଜଣଙ୍କ ଆଉ କେହଇ ନୁହନ୍ତି ସେ ହେଉଛନ୍ତି ବିଦେଶୀ ବୋହୂ ପ୍ରିୟଙ୍କା ଚୋପ୍ରା ଜୋନାସ । ନିକଟରେ ନୁ୍ୟୟର୍କ ମେଡ଼ମ ତୁସାଦ ମୁ୍ୟଜିୟମ ଦେଇଛି ପ୍ରିୟଙ୍କାଙ୍କୁ ଏହି ଉପହାର । ପ୍ରତିମୂର୍ତ୍ତିଟି ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ ଲାଗୁନାହିଁ ତା’ ଏକ ପ୍ରତିମୂର୍ତ୍ତି ବୋଲି । ଏ ନେଇ ପ୍ରିୟଙ୍କା ତାଙ୍କର ପ୍ରତୀମା ପାଖରେ ଛିଡ଼ାରହି ଏକ ଫେଟୋକୁ ସୋସାଲ ମିଡ଼ିଆରେ ଅପ୍ଲୋଡ୍ କରିଛନ୍ତି । ତେବେ ସେ ଅପ୍ଲୋଡ୍ କରିଥିବା ଫଟୋରୁ ମୂର୍ତ୍ତି କେଉଁଟି ବୋଲି ବାରିବା କଷ୍ଟକର ହୋଇପଡ଼ିଛି । ଖାଲି ନୁ୍ୟୟର୍କ ନୁହେଁ ଅଷ୍ଟ୍ରେଲିଆ,ୟୁକେ ଓ ଏସିଆ ଭଳି ୬ଟି ଦେଶରେ ପ୍ରିୟଙ୍କାଙ୍କ ଏହି ମହମ ପ୍ରତୀମା ତିଆରି କରାଯିବାର ଯୋଜନା ରହିଛି । ତେବେ ପ୍ରିୟଙ୍କା ହେଉଛନ୍ତି ବଲିଉଡ୍ର ପ୍ରଥମ ମହିଳା ସେଲିବ୍ରିଟି ଯାହାଙ୍କ ପ୍ରତିମୂର୍ତ୍ତି ଅନେକ ସ୍ଥାନରେ ତିଆରି କରାଯିବ । ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଭାରତ ଛାଡ଼ିବା ପରଠାରୁ ହିଁ ଚର୍ଚ୍ଚାରେ ଅଛନ୍ତି । ଗତ ଡିସେମ୍ବରରେ ୧୦ବର୍ଷ ସାନ ବୟଫ୍ରେଣ୍ଡ ନିକ୍ଙ୍କୁ ବିବାହ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ ସେ। ତେବେ ବର୍ତ୍ତମାନ ନିଜର ମହମ ପ୍ରତୀମା ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପ୍ରିୟଙ୍କା ଚୋପ୍ରା ।