ଭୁବନେଶ୍ୱର, ୦୧/୦୧୧ : ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି ସରକାର । ଏହି କ୍ରମରେ ଭାରତୀୟ ଜୀବନ ବୀମା ନିଗମ ମଧ୍ୟ ମହିଳାଙ୍କ ପାଇଁ ଆଣିଛି ଏକ ସ୍ୱତନ୍ତ୍ର ଯୋଜନା । ଏହି ଯୋଜନାର ନାଁ ହେଉଛି ଏଲଆଇସି ବୀମା ସଖୀ ଯୋଜନା । ଏହା ମାଧ୍ୟମରେ ମହିଳାମାନେ ବୀମା ଏଜେଣ୍ଟ ଭାବେ କାମ କରିବା ସହ ରୋଜଗାର କରିବାର ସୁଯୋଗ ପାଇପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏଥିରେ ପ୍ରଥମ ବର୍ଷରେ ମାସିକ ୭ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ।