ନୂଆଦିଲ୍ଲୀ, ୧୦/୦୯ : ବୈବାହିକ ଦୁଷ୍କର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ବିବାହ ପରେ ବି ଶେଷ ହୁଏନି ପତ୍ନୀଙ୍କ ସହମତିର ଅଧିକାର । ବିବାହର ଅର୍ଥ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାୟତ୍ତତାର ଅନ୍ତ ନୁହେଁ । ବହୁ ବିବାଦୀୟ ବୈବାହିକ ଦୁଷ୍କର୍ମ ଭଳି ଅଭିଯୋଗକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ କି ନୁହେଁ, ସେ ସଂପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।