ନୂଆଦିଲ୍ଲୀ, ୧୦/୦୯ : ଦିଲ୍ଲୀ ପରେ ଗୁଜରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଠିଂ । ନିର୍ମାଣାଧୀନ ବାଣିଜ୍ୟିକ କମ୍ପ୍ଲେକ୍ସର ଏକ ଅଂଶ ଭାଙ୍ଗି ପଡ଼ିଛି । ଅତି କମରେ ୧୫ ଜଣ ଫସିଥିବା ଆଶଙ୍କା ବୁଧବାର ସନ୍ଧ୍ୟାରେ ଗାନ୍ଧୀନଗର ନିକଟସ୍ଥ କୁଦାସନରେ ଏକ ନିର୍ମାଣାଧୀନ ବାଣିଜ୍ୟିକ ଭବନର ସ୍ଲାବ୍ ଭଙ୍ଗି ପଡ଼ିବା ପରେ ପ୍ରାୟ ୧୫ ଜଣ ଶ୍ରମିକ ଧବଳ ତଳେ ଫସିଥିବା ଆଶଙ୍କା କରାଯାଉଛି । ଫାୟାର ବ୍ରିଗେଡ୍ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଛି, ବାଣିଜ୍ୟିକ କମ୍ପ୍ଲେକ୍ସଟି ତୃତୀୟ ମହଲା ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା ।