ଆଜିର ରାଶିଫଳ (ଶନିବାର)

ତା : ୨୨ / ୪ / ୨୦୨୩

ମେଷ : ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ଆଜି ଆପଣଙ୍କ ପାଇଁ ସମୟ ଟିକେ ଦୁର୍ବଳ ହେବ । ଆୟରେ ହ୍ରାସ ହୋଇପାରେ ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମ ମାଧ୍ୟମରେ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ।

ବୃଷ : ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ । ବନ୍ଧନ ଯୋଗ ରହିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ । ପରିବାରକୁ ସମୟ ଦେବେ ।

ମିଥୁନ : କାର୍ଯ୍ୟରେ ସଫଳ ତ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ରହିଛି । ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ । ମାଲି ମକୋଦ୍ଦମ ରେ ଜୟ ଯୁକ୍ତ ହେବେ ।ମୟ ପିତା ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ ।ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

କର୍କଟ : ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ପରିଶ୍ରମ ଅଧିକ ରହିବ । ଦେଇଥିବା ପରୀକ୍ଷା ଉତିନ୍ନ ହେବ ର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣ ର ଯୋଗ ରହିଛି ।ବାହ୍ୟ ସ୍ଥାନ ରୁ ସମ୍ମାନ ପ୍ରାପ୍ତି ହେବ ।

ସିଂହ : ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ମନ ଉତ୍ସାହିତ ରହିବ । ଚାକିରି ରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟ ରେ ବୃଦ୍ଧି ହେବ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।

କନ୍ୟା : ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଦ୍ରବ୍ୟ ନଷ୍ଟ ହେବ । ଦିନଟି ବ୍ୟସ୍ତ ବହୁଳତା ରେ କଟିବ। ପରିବାର ରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

ତୁଳା : ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଶୁଭ ଖବର ମିଳିବ । ଆପଣଙ୍କ ଜୀବନରେ କେହି ନୂଆ ଆସିପାରନ୍ତି । ବିଦ୍ୟାର୍ଥୀ ମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ। ପ୍ରୀତି ଲାଭ କରି ଖୁସି ଅନୁଭବ କରିବେ ।

ବିଛା : ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ଦୁଃସାହସ କରି ଅସୁବିଧାରେ ପଡ଼ିବେ । ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ ।

ଧନୁ : ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ଖୋଜିବେସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଆଜି ପରିଶ୍ରମ ଅଧିକ ହେବ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

ମକର : ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ । ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।

କୁମ୍ଭ : ଆଜି ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣ ରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମୀନ : କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଲୋଭରେ ପଡ଼ି କ୍ଷତିଗ୍ରସ୍ତ ହେବେ। ଅର୍ଥବ୍ୟ ମଧ୍ୟ ହେବ।ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ ।