ମେଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ଶତ୍ରୁର କ୍ରୂର ଦୃଷ୍ଟି ପାଇଁ ସତର୍କ ରହିବେ। ମଧୁରଭାଷାରେ ପରକୁ ଆପଣାର କରିବେ।
ବୃଷ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି।ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
ମିଥୁନ: ସୁସମ୍ବାଦ ଶୁଣି ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖ ସମ୍ମାନ ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।
କର୍କଟ: ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍ବ୍ୟବହାର କରିବେ। ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ।ପ୍ରତିଯୋଗିତାରେ ବିଜୟୀ ହେବେ। ଧନବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
ସିଂହ: ସ୍ବାଭିମାନୀ ହେବେ। ଅଯଥା ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି।ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖକର ଘଟଣା ମାନ ଘଟିପାରେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ସୁଖ ମିଳିବ।
ତୁଳା: ବନ୍ଧୁ ସହାୟତା ପାଇଁ ଶତ୍ରୁ ଉପରେ ବିଜୟ ହାସଲ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ। ଶତ୍ରୁର ଗତିବିଧି ଉପରେ ଅନୁଧ୍ୟାନ କରିବାକୁ ପଡ଼ିବ। ଶୁଭ ଖବର ମିଳିବ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
ବିଛା: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ଅଗ୍ରସର ହେବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ। ଶୁଭ ଖବର ପାଇ ଅଧିକ ଉତ୍ସାହିତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି।
ଧନୁ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଆପଣଙ୍କୁ କଠିନ ପରିଶ୍ରମର ମୂଲ୍ୟାଙ୍କନ ହେବ। ଗୃହ ପରିବେଶ ଉତ୍ତମମାନର ହେବ। ଯାନବାହନ ସୁଖ ମିଳିପାରେ। କୃଷିକ୍ଷେତରୁ ଲାଭବାନ୍ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।
ମକର: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।ଦେବ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
କୁମ୍ଭ: ନୀତିନିଷ୍ଠ ଭାବେ ନିରବ ଭାବମୂର୍ତ୍ତି ବଜାୟ ରଖିବେ। ଆପଣଙ୍କ ପରାମର୍ଶ ଅନୁଷ୍ଠାନ ପାଇଁ ଉପାଦେୟ ହେବ। ବିବିଧ ଧନଯୁକ୍ତ ହେବେ। ଜନ କଲ୍ୟାଣରେ ନିଜକୁ ନିୟୋଜିତ କରିପାରନ୍ତି। ତ୍ୟାଗପୁତ ମନୋବୃତ୍ତିର ହେବେ। କୀର୍ତ୍ତିମାନ୍ ହେବେ।
ମୀନ: ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ।ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ।