ଆଜି ମଧ୍ୟରାତ୍ରିରୁ ଫାସ୍‍ଟ୍ୟାଗ୍‍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫ /୨ : ଜାତୀୟ ରାଜପଥରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକର ସମସ୍ତ ଲେନ୍‍ଗୁଡ଼ିକୁ ଆଜି ମଧ୍ୟରାତ୍ରିରୁ ଫାସ୍‍ଟ୍ୟାଗ୍‍ ଲେନ୍‍ ଭାବେ ଘୋଷଣା କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଡିଜିଟାଲ୍‍ ମାଧ୍ୟମରେ ଦେୟ ପୈଠ, ଅପେକ୍ଷା ସମୟ ହ୍ରାସ, ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍‍ ପ୍ଲାଜାଗୁଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି। ଆସନ୍ତାକାଲିଠାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।

ଜାତୀୟ ରାଜପଥ ଦେୟ ନିୟମ-୨୦୦୮ ଅନୁସାରେ ଫାସ୍‍ଟ୍ୟାଗ୍‍ ନ ଥିବା ଯାନଗୁଡ଼ିକ ଟୋଲ୍‍ ପ୍ଲାଜା ଦେଇ ଗଲେ ନିର୍ଦ୍ଧାରିତ ଫି’ ପରିମାଣର ଦୁଇଗୁଣା ଦେବାକୁ ପଡ଼ିବ। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରୁ ଯାନବାହନଗୁଡ଼ିକରେ ଫାସ୍‍ଟ୍ୟାଗ୍‍ ଲଗାଇବାପାଇଁ ବାଧ୍ୟତାମୂଳକ କରାଯାଇଛି।