ନୂଆଦିଲ୍ଲୀ, ୦୪/୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନକୁ କଥିତ ଭାବେ ଅପହରଣ କରିବା ଉଦ୍ୟମ ପରେ ଏବେ ଅଲ୍-କାଏଦା ସମର୍ଥକଙ୍କ ଏକ ପ୍ରକାଶନକୁ ନେଇ ଚିନ୍ତା ବଢ଼ିଛି। ‘ଅଲ୍-ବୟାନ’ର ସଦ୍ୟତମ ସଂସ୍କରଣରେ ଆମେରିକୀୟ ଏବଂ ଇସ୍ରାଏଲୀ ନାଗରିକଙ୍କୁ ନେଇ ଯାଉଥିବା ବିମାନକୁ ଟାର୍ଗେଟ କରିବାକୁ ସମର୍ଥକମାନଙ୍କୁ ଉସୁକାଯାଇଛି। ସେଥିରେ ୯/୧୧ ଆକ୍ରମଣର ଉଲ୍ଲେଖ ସହ ଫ୍ଲାଏଦୁବାଇ ଘଟଣାକୁ ମଧ୍ୟ ପ୍ରଶଂସା କରାଯାଇଥିବା କୁହାଯାଉଛି।