ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ଅଡୁଆ, ସମୟସୀମା ଦେଇପାରିବନି ଭାରତ

ନୂଆଦିଲ୍ଲୀ, ୦୪/୧୦ : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାର ପାଇଁ ପ୍ରୟାସ ଜାରି ରହିଛି । କିନ୍ତୁ ନୂଆଦିଲ୍ଲୀରେ ଶେଖ ହସିନାଙ୍କ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ତାରିଖ୍ ରେହମାନ ସରକାର ହସିନାଙ୍କ ପ୍ରତ୍ୟର୍ପଣକୁ ମୁଖ୍ୟ ସର୍ତ୍ତ ଭାବେ ରଖିଥିବା ବେଳେ, ଭାରତ କହିଛି ଯେ ଏହା ଏକ ଆଇନଗତ ପ୍ରକ୍ରିୟା ଏବଂ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇପାରିବ ନାହିଁ ।