ଭୁବନେଶ୍ୱର, ୦୫/୦୫ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବିଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି । ପାର୍ଟିସନ୍ ସୁଟକେଶ୍ ଲାଗି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିର୍ମଳେନ୍ଦୁ । ଭାଲୁମୁଣ୍ଡାର ହରେକୃଷ୍ଣ ମେହେର ନାମକ ଜଣେ ବ୍ୟକ୍ତି ନିଜ ଜମିର ପାର୍ଟିସନ ପାଇଁ ଆସିଥିଲେ । ଅମିନ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଟଙ୍କା ନେଉଥିବା ସମୟରେ କାବୁ କରିଥିଲା ଭିଜିଲାନ୍ସ । ଗିରଫ ପରେ ଅମିନଙ୍କୁ ଭିଜିଲାନ୍ସ କୋର୍ଟ ନିଆଯାଇଛି। ସେହିପରି ୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆକାଉଣ୍ଟାଣ୍ଟ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଆକାଉଣ୍ଟାଣ୍ଟ ଦେବେନ୍ଦ୍ର ସାହୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ। ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଟ୍ରାପ ପରେ ଦେବେନ୍ଦ୍ର ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।