୨୧ରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର, ୧୬/୧୨ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ସମ୍ଭାବନା ଅଛି। ଆସନ୍ତା ୨୧ରେ ଶ୍ରୀ ଶାହ ଭୁବନେଶ୍ବର ଗସ୍ତରେ ଆସିପାରନ୍ତି। ଏହି ଦିନ ଭୁବନେଶ୍ବରରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ​‌େ​‌ଯାଗଦେବା ସମ୍ଭାବନା ରହିଛି। ଏ ନେଇ ଚୂଡ଼ାନ୍ତ ହୋଇନଥିବା ପାର୍ଟି ସୂତ୍ରରୁ ଜଣାପଡିଛି।