ଆଜି ଏମ୍ସରୁ ଡିସଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ, ୩୧/୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଏମ୍ସରୁ ଡିସଚାର୍ଜ ହୋଇଛନ୍ତି। କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୯ରେ ଏକ ବିବୃତ୍ତିରେ ଏମ୍ସ କହିଥିଲା ଯେ, ଅମିତ ଶାହା ସୁସ୍ଥ ହୋଇଛନ୍ତି ଏବଂ ଅଳ୍ପ ଦିନ ମଧ୍ୟରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ।

ଅଗଷ୍ଟ ୨ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗ​​‌ଷ୍ଟ ୧୪ତାରିଖରେ ତାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା। ପୁଣି କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଦିନ ଡାକ୍ତରଖାନାରେ ରହିବା ପରେ ଆଜି ଅମିତ ଶାହା ଡିସଚାର୍ଜ କରାଯାଇଥିବା ଜଣା ପଡ଼ିଛି।

SBI AD