ହ୍ରାସ ପାଉଛି ହୀରାକୁଦ ଡ଼୍ୟାମର ଜଳ ପତ୍ତନ; ୩୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର, ୩୧/୮ : ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ତେଣୁ ଡ଼୍ୟାମ କତ୍ତୃପକ୍ଷ ହୀରାକୁଦର ୧୦ଟି ଗେଟ ବନ୍ଦ କରିଥିବା ବେଳେ ଡ଼୍ୟାମରୁ ଏବେ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୧ ଫୁଟ ରହିଛି। ଡ଼୍ୟାମ ମଧ୍ୟକୁ ୫ ଲକ୍ଷ ୬୯ ହଜାର ୫୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୨୦ ହଜାର ୩୫୫କ୍ୟୁସେକ ଜଳ ନିଷ୍କାସନ ହେଉଛି। ଛତିଶଗଡ ଏବଂ ଇବ-ଭେଡେନ୍ ଜରିଆରେ ଆସିଥିବା ବନ୍ୟା ଜଳ ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ୍ ଜଳ ଏବେ କମିବା ଆରମ୍ଭ କରିଛି। ତେଣୁ ହୀରାକୁଦରେ ବର୍ତ୍ତମାନ ୩୬ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି ।