ଖରାପ ଅଭିନେତା ସଲମନ ଖାନ

ବିବାଦ ଓ ସଲମନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ କହିଲେ ଭୁଲ ହେବନାହିଁ। ଅନେକ ସମୟରେ ବିବାଦ ଘେରରେ ତଥା ଚର୍ଚାରେ ରହିଥିବା ଭାଇ ଯାନ ଏବେ ଚିନ୍ତାରେ, କାରଣ ହେଉଛି ନିକଟରେ ଇଣ୍ଟରନେଟ ସେବା ପ୍ରଦାନକାରୀ ସର୍ଚ୍ଚ ଇଂଜିନ୍‍ ଗୁଗ୍‍ଲ ସଲମନଙ୍କୁ ବଲିଉଡର ସବୁଠାରୁ ଖରାପ ଅଭିନେତାର ମାନ୍ୟତା ଦେଇଛି। ଗୁଗଲରେ ବଲିଉଡର ସବୁଠାରୁ ଖରାପ ଅଭିନେତା କିଏ ବୋଲି ଖୋଜିଲେ? ଏହାର ଉତ୍ତରରେ ସଲମନଙ୍କ ନାଁ ସହିତ ଫଟୋ ମଧ୍ୟ ଦେଖାଉଛି। ଯାହା ସଲମନଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ତେବେ ତାଙ୍କର ଅନେକ ଚଳଚ୍ଚିତ୍ର ୧୦୦ କୋଟିରୁ ଅଧିକ ଟଙ୍କା କରି ରେକର୍ଡ ସୃଷ୍ଟି କରିଛି। ଏହାପରେ ବି ବ୍ୟକ୍ତିଗତସ୍ତରରେ ସେ ସବୁଠାରୁ ଖରାପ ଅଭିନେତା ବୋଲି ଗୁଗଲ ସର୍ଚ୍ଚ ଇଂଜିନ୍‍ ଦର୍ଶାଉଛି। ନିକଟରେ ଇଦ ଅବସରରେ ସଲମନଙ୍କ ଅଭିନୀତ ‘ରେସ ୩’ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରେକର୍ଡ ଆୟ କରିଛି। ଏହି ଚଳଚ୍ଚିତ୍ର ମାତ୍ର ଦୁଇ ଦିନ ମଧ୍ୟରେ ୬୭କୋଟି ଟଙ୍କା ରୋଜଗାର କରିଛି। ସଲମନ ପ୍ରଶଂସଙ୍କ ନିକଟରେ ଲୋକପ୍ରିୟ ଥିଲେ ମଧ୍ୟ ଖରାପ ଅଭିନେତାର ମାନ୍ୟତା ପାଇଛନ୍ତି ।