ବାପା ପାଇଁ ଦିନଟିଏ…(Father’s Day Special)

0

ଆଜି ହେଉଛି ପିତୃ ଦିବସ ବା ଫାଦର୍ସ ଡେ । ପ୍ରତିବର୍ଷ ଜୁନ ମାସ ୩ୟ ରବିବାରକୁ ସାରା ବିଶ୍ୱରେ ପାଳନ ହୋଇଥାଏ ପିତୃ ଦିବସ । ସନ୍ତାନ ପ୍ରତି ବାପାର ବଳିଦାନ, ତ୍ୟାଗ ମନେକାଇବା ପାଇଁ ପାଳନ କରାଯାଇଥାଏ ଫାଦର୍ସ ଡେ । ତେବେ ଦୁନିଆରେ ଏଭଳି କିଛି ବାପା ଅଛନ୍ତି ଯେଉଁମାନେ ଅନ୍ୟର ସନ୍ତାନକୁ ନିଜ ବାପା ଠାରୁ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ଇତିହାସ ରଚିଛନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣକୁ ଏଭଳି ଜଣେ ବାପାଙ୍କ କାହାଣୀ ଶୁଣାଇବୁ ,ଯିଏକି ଅନ୍ୟର ସନ୍ତାନକୁ ନିଜ ବାପା ଠାରୁ ବି ଅଧିକ ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା ଦେବା ସହ ସନ୍ତାନ ପ୍ରତି ଥିବା ଦାଇତ୍ୱକୁ ସୁଚାରୁ ରୂପେ ତୁଲେଇ ପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ହେଉଛନ୍ତି ଆଦିତ୍ୟ ତିୱାରୀ ।
୨୦୧୪ ମସିହାର କଥା । ଅନାଥ ଆଶ୍ରମରେ ବିନୀ ନାମକ ଏକ ଶିଶୁକନ୍ୟାଙ୍କ ସହ ଆଦିତ୍ୟଙ୍କର ପ୍ରଥମେ ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରେ ବିନୀକୁ ନିଜ ସନ୍ତାନ, ଆଉ ନିଜକୁ ବିନୀର ବାପା ବୋଲି ଭାବି ନେଇଥିଲେ ଆଦିତ୍ୟ । ହେଲେ ବିନୀ କିଏ ? କେଉଁଠି ତାର ଘର ? ସେ ଅନାଥ ଆଶ୍ରମକୁ ଆସିଲା କେମିତି ? ଏମିତି ଅନେକ ପ୍ରଶ୍ନ ଉଙ୍କିମାରିଥିଲା ଆପଣଙ୍କ ଭଳି ଆଦିତ୍ୟଙ୍କ ମନରେ । ଆଉ ଆଦିତ୍ୟଙ୍କ ପ୍ରଶ୍ନର ଉତର ଦେଇଥିଲେ ଅନାଥ ଆଶ୍ରମର କର୍ମକର୍ତା । ଇନ୍ଦୋର ନିବାସୀ ଏକ ଦମ୍ପତିଙ୍କ ଶିଶୁକନ୍ୟା ହେଉଛି ବିନୀ । ଜନ୍ମ ହେବାର କିଛିଦିନ ପରେ ବିନୀର ସ୍ୱାଭାବ ଅନ୍ୟ ପିଲାଙ୍କ ଠାରୁ କିଛି ଭିନ୍ନ ଥିଲା । ଯାହାକୁ ଦେଖି ଡାକ୍ତରଙ୍କ ପାଖକୁ ଯାଇଥିଲେ ବିନୀର ମାତା ପିତା । ଆଉ ଡାକ୍ତରଙ୍କ ଠାରୁ ଜାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଗଲା । କାରଣ ବୀନି ଡାଉନ ସିଂଡ୍ରୋମ୍ ରୋଗରେ ଆକ୍ରନ୍ତ ଥିଲା । ଡାଉନ ସିଂଡ୍ରୋମ ହେବା ଦ୍ୱାରା ପିଲାର ଶରୀର ତୁଳନାରେ ମାନସିକ ବିକାଶ ହୋଇନଥାଏ ।

ବୟସ ବଢୁଥିଲେ ମଧ୍ୟ ସେମାନଙ୍କ ସ୍ୱଭାବ ଛୋଟ ପିଲାଙ୍କ ଭଳି ରହିଥାଏ । ତେବେ ବୀନି ସେହି ରୋଗରେ ଆକ୍ରାନ୍ତ ଥିବା ଖବର ଡାକ୍ତରଙ୍କ ଠାରୁ ଜାଣିବା ପରେ ନିଜ ସନ୍ତାନକୁ ପର କରିଦେଇଥିଲେ ପରିବାର ଲୋକେ । ତାକୁ ନେଇ ଇନ୍ଦୋର ଥିବା ଏକ ଅନାଥ ଆଶ୍ରମରେ ଛାଡି ଚାଲିଯାଇଥିଲେ । ହେଲେ ଆଦିତ୍ୟ ଏସବୁ ଜାଣି ମଧ୍ୟ ବିନୀକୁ ନିଜ ସନ୍ତାନ ଭାବେ ଆଣେଇବାକୁ ମନ ବଳାଇଥିଲେ । ବିନୀକୁ ସୁସ୍ଥ କରିବା ପାଇଁ ଅଦିତ୍ୟ ସମସ୍ତ ଖର୍ଚ୍ଚ ବହନ କରିିବାକୁ ମଧ୍ୟ ପଛାଇନଥିଲେ । ପ୍ରତିଦିନ ଅନାଥ ଆଶ୍ରମକୁ ଯାଇ ବିନୀ ସହ ସମୟ ବିତାଉଥିିଲେ ଆଦିତ୍ୟ । ବିନୀକୁ ଯେଉଁ ସ୍ନେହ ଶ୍ରଦ୍ଧା ଭଲ ପାଇବା ତାଙ୍କ ମାତାପିତାଙ୍କ ଠାରୁ ପାଇବା କଥା ସେ ସବୁୁ ବିନୀ ପାଦ ତଳେ ଓଜାଡି ଦେଇଥିଲେ ଆଦିତ୍ୟ । ନିଜ ସନ୍ତାନ ନ ହୋଇ ମଧ୍ୟ ନିସ୍ୱାର୍ଥ ପର ଭାବେ ବିନୀର ହାନି ଲାଭ କଥା ବୁଝୁଥିଲେ । ଏତେସବୁ କରିବା ପରେ ଯେତେବେଳେ ବିନୀକୁ ପୋଷ୍ୟକନ୍ୟା ଭାବେ ଆଦିତ୍ୟ ଆଣେଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ତାଙ୍କ ହୋସ ଉଡିଗଲା । ବିନୀକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିାରିବେନି ବୋଲି ଆଦିତ୍ୟଙ୍କୁ ରୋକ ଠୋକ ଶୁଣାଇଦେଲେ ଅନାଥ ଆଶ୍ରମର କର୍ମକର୍ତା ।

କାରଣ ସେତେବେଳେ ଅଦିତ୍ୟ ବିବାହ କରିନଥିଲେ । ତେବେ ବିନୀକୁ କିଭଳି ଲାଳନାଳନ କରିବେ ବୋଲି ପ୍ରଶ୍ନ ଉଠାଇଥିଲେ କର୍ମକର୍ତା । ଆଇନ ଅନୁଯାୟୀ ଅଦିତ୍ୟ ବିନୀକୁ ଆଣେଇ ପାରିବେନି ଜାଣି ମଧ୍ୟ ହାର ମାନିନଥିଲେ ଆଦିତ୍ୟ । ବିନୀକୁ ପାଇବା ପାଇଁ ସଂର୍ଘଷ ଆରମ୍ଭ କରିଥିଲେ । ବିଭାଗୀୟ ଅଧିକାରୀଙ୍କୁ ଶହ ଶହ ଚିଠି ଲେଖିିଚାଲିଲେ । ଏତି ମଧ୍ୟରେ ଯାଇଥିଲା ଗୋଟିଏ ବର୍ଷ । ହେଲେ ବି ସଂର୍ଘଷ ଜାରି ରଖିଥିଲେ ଆଦିତ୍ୟ । ମେନକା ଗାନ୍ଧି, ଇନ୍ଦୋର ଜିଲ୍ଲପାଳଳଙ୍କୁ ଚିଠି ଲେଖିଲେ । ଆଉ ଏସବୁ ରେ ୧ ଜାନୁଆରୀ ୨୦୧୬ରେ ଆଦିତ୍ୟଙ୍କ ଭାଗ୍ୟ ବଦଳିଗଲା । ଆଦିତ୍ୟଙ୍କ ବିନୀ ପ୍ରତି ଥିବା ଦୁର୍ବଳତାକୁ ଦେଖି ନରମି ଗଲେ ସରକାର । ଆଦିତ୍ୟଙ୍କ ଆଗରେ ବଦଳିଗଲା ସମସ୍ତ ନୀୟମ କାନୁନ । ଆଦିତ୍ୟ ହୋଇଗଲେ ଭାରତର ପ୍ରଥମ ଯୁବକ ବାପା । ଆଉ ବଦଳିଗଲା ବିନୀର ପରିଚୟ । ବିନୀ ହୋଇଗଲେ ଅବନୀଶ ତିୱାରୀ ।

Leave A Reply

Your email address will not be published.