ବାୟାବାବା ମହାବିଦ୍ୟାଳୟରେ କୃମିନାଶକ ସେବନ କଲେ ଛାତ୍ର

ମହାକାଳପଡ଼ା,୧୦/୮ : (ଅରକ୍ଷିତ ନାଥ) – ସୋମବାର ଜାତୀୟ କୃମି ନାଶକ ଦିବସ (ନେସନାଲ ଡିୱାର୍ମିଙ୍ଗ ଡେ ) ଅବସରରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀ ଶ୍ରୀ ବାୟାବାବା କଲେଜରେ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ମହାକାଳପଡା ତରଫରୁ କୃମି ନାଶକ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଉପ ଚିକିତ୍ସା ଅଧିକାରୀ ଡ଼ଃ ସଚିଦାନନ୍ଦ ମିଶ୍ର,,ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ନିରଞ୍ଜନ କର, ସ୍ଥାନୀୟ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ ଦାସଙ୍କ ସହିତ ରୋଗୀ କଲ୍ୟାଣ ସମିତି ସଦସ୍ୟ ରୁଦ୍ରନାରାୟଣ ମୁଦୁଲି ଓ ଚନ୍ଦ୍ରକାନ୍ତ ସ୍ୱାଇଁ ଆଦି ଉପସ୍ଥିତ ଥିଲେ l ଏନଡିଡି ଦିବସରେ ୫୦୦ ରୁ ଅଧିକ ଛାତ୍ର /ଛାତ୍ରୀ ଙ୍କୁ ପ୍ରଥମ ପର୍ଯ୍ୟାୟ ରେ କୃମି ନାଶକ ଔଷଧ ସେବନ କରାଯାଇଛି l ଆଗାମୀ ଦିନରେ ରହିଯାଇଥିବା ଛାତ୍ର /ଛାତ୍ରୀ ମାନଙ୍କୁ କୃମିନାଶକ ସେବନ କରାଯିବ ବୋଲି ମେଡିକାଲ ତରଫରୁ ଜଣାପଡିଛି ଲ ଯୁବ ଛାତ୍ର /ଛାତ୍ରୀ ମାନେ ସୁସ୍ଥ ରହିଲେ ଉତ୍ତମ ଅଧ୍ୟୟନରେ ମନୋନିବେଶ କରିବେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି l