ମହାକାଳପଡ଼ା, ୧୨/୦୮ : ମହାକାଳପଡ଼ା ବ୍ଲକ ଅଧୀନ ତେରଗାଁ ପଂଚାୟତ ଘୋଡ଼ାବନ୍ଧକୂଳ ଗାଁ ର ଭିନ୍ନକ୍ଷମ ଅନୁପମା ଦାସ ସାମର୍ଥ୍ୟ ଅଭାବରୁ ଆଧାର କେନ୍ଦ୍ର କୁ ଯାଇ ଆଧାର କାର୍ଡ ନିମନ୍ତେ ବାଇଓମେଟ୍ରିକ ରେ ସ୍କାନ କରିବା ସମ୍ଭବ ହେଉନଥିଲା l ଆଧାର କାର୍ଡ ନଥିବାରୁ ରାସନ ସାମଗ୍ରୀ, ଭିନ୍ନକ୍ଷମ ଭତ୍ତା ପଇସା ରୁ ବଂଚିତ ଥିଲେ l ମଙ୍ଗଳବାର ମହାକାଳପଡ଼ା ବିଧାୟକ ତେରଗାଁ ତ୍ରିରଙ୍ଗା ଯାତ୍ରା ରେ ସାମିଲ ଥିବା ବେଳେ ଭିନ୍ନକ୍ଷମ ତରଫରୁ ଅଭିଯୋଗ ହୋଇଥିଲା l ଏନେଇ ବିଧାୟକ ତତକ୍ଷଣାତ ବ୍ଲକ ସାମାଜିକ ସଂଗଠକ (ବିଏସଏସଓ )ଙ୍କୁ ଅବଗତ କରାଇଥିଲେ l ବୁଧବାର ବିଏସଏସଓ ସ୍ଥାନୀୟ ପଂଚାୟତର ଏଡିଓ ମଳୟ ସାହୁ, ଆଧାର କେନ୍ଦ୍ର ଅପରେଟର ଦୁଷ୍ମନ୍ତ ଦାସ ଓ ବଳରାମ ସାହୁ ଙ୍କୁ ସାଥିରେ ଧରି ଭିନ୍ନକ୍ଷମ ଙ୍କ ଗାଁ ରେ ପହଂଚିଥିଲେ l ଭାଜପା ର ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ପ୍ରଦୀପ ସେଠୀ ସମ୍ପୃକ୍ତ ଟିମ କୁ ଭିନ୍ନକ୍ଷମ ପରିବାର ନିକଟକୁ ଯାଇ ସହଯୋଗ କରିଥିଲେ l ପ୍ରଶାସନିକ ସହଯୋଗ ଟିମ ଭିନ୍ନ କ୍ଷମ ଙ୍କ ର ବାଇଓମେଟ୍ରିକ ଯୋଗେ ଆଧାର କାର୍ଡ କରାଇବା ସହିତ ବକେୟା ତିନିମାସର ଭିନ୍ନକ୍ଷମ ଭତ୍ତା ରlଶି ପ୍ରଦାନ କରିଛନ୍ତି l ଏଥି ସହିତ ବାହାରକୁ ଯାତାୟତ ନିମନ୍ତେ ଏକ ହୁଇଲ ଚେୟାର ପ୍ରଦାନ କରିଛି ବ୍ଲକ ପ୍ରଶାସନ l ଅଭିଯୋଗ ପରେ ତତକ୍ଷଣାତ ପ୍ରଶାସନିକ ସହଯୋଗ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବିଧାୟକ ଙ୍କୁ ଭୁୟୀୟସୀ ପ୍ରଶଂସା କରିଛନ୍ତି l