ଭୁବନେଶ୍ଵର, ୧୨/୦୮ : ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡିଏଭି ଓଡ଼ିଶା ଜୋନ୍ ଏଫ୍ର ସହ ଆଞ୍ଚଳିକ ଅଧିକାରୀ ତଥା ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗୀ ହେବା ସହ ସମ୍ବାଦପତ୍ର, ପତ୍ରପତ୍ରିକା ପାଠ କରି ବୌଦ୍ଧିକ ଶକ୍ତିର ବିକାଶ ଘଟାଇପାରିଲେ ସମାଜର ଅଶେଷ କଲ୍ୟାଣ ସାଧନ ହେବ ବୋଲି କହିଥିଲେ । ଏହି ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ବିଦ୍ୟାଳୟର ବରିଷ୍ଠ ଗ୍ରନ୍ଥାଗାରିକା ସ୍ୱାଗତିକା ଦାସ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଗ୍ରନ୍ଥାଗାରିକଙ୍କ ଉଦ୍ଦେଶ୍ୟରେ ବିଦ୍ୟାର୍ଥୀମାନଙ୍କ ହସ୍ତନିର୍ମିତ ଶୁଭେଚ୍ଛା ଓ ଧନ୍ୟବାଦ ପତ୍ର ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ବିଦ୍ୟାଳୟ ରିଡରସ୍ କ୍ଲବର ସଭାପତି ଏସ୍ ସାଲୁଜାଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଏହା ପ୍ରସ୍ତୁତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ସହାୟକ ଗ୍ରନ୍ଥାଗାରିକ ସତ୍ୟବ୍ରତ ପଣ୍ଡା ଏହି ଦିବସର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।