ମହାକାଳପଡ଼ା, ୧୨/୦୮ : ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଛେଡାକଣୀ କ୍ଲଷ୍ଟର ଅନ୍ତର୍ଗତ ଜନୈକ ନୋଡାଲ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ନେଇ ବିଇଓ ଙ୍କୁ ଅଭିଯୋଗ ହୋଇଛି l ସୂଚନା ମୁତାବକ ଛାତ୍ରୀ ଜଣକ ଅସୁସ୍ଥ ଥିବାର କହିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ଶ୍ରେଣୀ ଗୃହ ଭିତରେ ରହିବାକୁ କହିଥିଲେ ବୋଲି ଶିକ୍ଷକ କହନ୍ତି l ମାତ୍ର ସେପଟେ ଛାତ୍ରୀ ଅଭିଭାବକ ଶିକ୍ଷକ ଅଶାଳୀନ ବ୍ୟବହାର ଦେଖାଇଥିବାର କହନ୍ତି l ଅଭିଯୋଗ ପରେ ସହକାରୀ ଶିକ୍ଷାଧିକାରୀଣୀ ତଦନ୍ତ କରିବେ ବୋଲି ବିଇଓ କାର୍ଯ୍ୟାଳୟ ତରଫରୁ ଜଣାପଡିଛି l