ନୂଆଦିଲ୍ଲୀ, ୨୬/୦୮ : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ୩ଟି ପୃଥକ ଅପରେସନ ମାଧ୍ୟମରେ ମୋଟ ୮ ଜଣ ଆତଙ୍କବାଦୀ ସହଯୋଗୀ ବା ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଗିରଫ କରାଯାଇଛି । ହ୍ୟାଣ୍ଡ ଗ୍ରେନେଡ୍, ଏକେ-୪୭ ମାଗାଜିନ୍, ୪ଟି ମୋବାଇଲ୍ ଫୋନ୍ ଏବଂ ଏକ ପ୍ରତିବନ୍ଧିତ ଆତଙ୍କୀ ସଂଗଠନର ପୋଷ୍ଟର ଜବତ କରିଛନ୍ତି ।
ଶୋପିଆନ ଜିଲ୍ଲାର ଇମାମସାହିବ୍ ଅଞ୍ଚଳରେ ଥିବା ଏକ ପନିପରିବା/ଫଳ ବଗିଚାରେ। ଗୁପ୍ତ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଚଢ଼ାଉ କରି ନଜିର ଅହମ୍ମଦ ୱାନୀଙ୍କ ବଗିଚାରୁ ୩ ଜଣ ସନ୍ଦେହଜନକ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ କାବୁ କରିଥିଲେ। ଆଶିକ ହୁସେନ୍ କୁମାର, ଆରିଫ୍ କୁମାର ଏବଂ ହାରିସ୍ ମଞ୍ଜୁର ଗିରଫ୍ ସୋମବାର ବିଳମ୍ବିତ ରାତିରେ ସୁରକ୍ଷାବଳ ମୋଟରସାଇକେଲରେ ଯାଉଥିବା ୩ ଜଣ ସନ୍ଦେହଜନକ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ସେମାନେ ହେଲେ ଜୁନେଦ ଅହମ୍ମଦ ଦାର, ଆମିର ୟୁସୁଫ ଏବଂ ଜୁନେଦ ମୁଜାଫର। ସଂଗଠନ ଓ ସାମଗ୍ରୀ: ସେମାନଙ୍କ ନିକଟରୁ ୨ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ଜଡ଼ିତ ସାମଗ୍ରୀ ଜବତ କରାଯାଇଛି । ପୁଲୱାମାର ରାଜପୋରା ଅଞ୍ଚଳରେ ଥିବା ୟାରୱାନ ଜଙ୍ଗଲ । ସେନା, ପୋଲିସ ଓ ସିଆରପିଏଫର ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରୁ ଗାଁ ଆଡ଼କୁ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ଲତିଫ ଅହମ୍ମଦ ଦିଦାଦ ଏବଂ ଏଜାଜ ଅହମ୍ମଦ ବାଜାଦ। ପୁଲୱାମା ପୋଲିସ, ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୮୩ ବାଟାଲିୟନ ସିଆରପିଏଫ୍ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଜଙ୍ଗଲ ମଧ୍ୟରୁ ଦୁଇ ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଗାଁ ଆଡ଼କୁ ଆସୁଥିବା ବେଳେ ସତର୍କ ସୁରକ୍ଷାବଳ ସେମାନଙ୍କୁ କାବୁ କରିଥିଲେ। ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ସହଯୋଗୀ ହେଲେ, ଲତିଫ ଅହମ୍ମଦ ଦିଦାଦ ଲାସି ଦାବନର ବାସିନ୍ଦା । ଏହି ଓଭର ଗ୍ରାଉଣ୍ଡ ୱାର୍କରମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେମାନେ ସକ୍ରିୟ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଭାବେ ଲୁଚି ରହିବା ପାଇଁ ସୁରକ୍ଷିତ ଜାଗା ଏବଂ ଖାଦ୍ୟପେୟ ଯୋଗାଇବାରେ ସାହାଯ୍ୟ କରୁଥିଲେ।ସୁରକ୍ଷାବଳଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଦିନରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କିମ୍ବା ଶାନ୍ତି ଭଙ୍ଗ କରିବା ପାଇଁ ସେମାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରାଯାଇଥିଲା, ଯାହାକୁ ସଠିକ୍ ସମୟରେ ଚଢ଼ାଉ କରି ପଣ୍ଡ କରାଯାଇଛି।