ରାଜସ୍ୱ ବିଭାଗର ଯୁଗ୍ମ ସଚିବଙ୍କ ହରଭଙ୍ଗା ତହସିଲ ଗ୍ରସ୍ତ ଓ ସମୀକ୍ଷା

ବୌଦ୍ଧ,୨୨/୬ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲକୁ ବୁଧବାର ଦିନ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ଏଲୋରା ସାମଲ ସ୍ୱତନ୍ତ୍ର ଗ୍ରସ୍ତରେ ଆସି ଉକ୍ତ ତହସିଲର ବିଭିନ୍ନ ପଥର କୁଆରୀ ଓ ବାଲି ଖାଦାନ ଗୁଡିକ ପରିଦର୍ଶନ କରିଥିବା ଜଣାପଡ଼ିଛି । ସୂଚନା ମତେ ବୁଧବାର ଦିନ ପୂର୍ବାହ୍ନ ରେ ହରଭଙ୍ଗା ତହସିଲକୁ ପହଁଚି ପ୍ରଥମେ ତହସିଲ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ପରେ ଖରଭୁଇଁ ଠାରେ ଥିବା ପଥର କ୍ରସର ଓ ସୁରୁଣ୍ଡି, ହରଭଙ୍ଗା ଠାରେ ଥିବା ବାଲି ଖାଦାନକୁ ପହଁଚି ପରିଦର୍ଶନ କରିବାସହ, ହରଭଙ୍ଗା ରାଜସ୍ୱ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାଗଜ ପତ୍ରର ସମୀକ୍ଷା କରିଥିଲେ । ଏହି ଗ୍ରସ୍ତ ସମୟରେ ବୌଦ୍ଧ ଉପ ଜିଲ୍ଲାପାଳ ସନତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଲବେହେରା, ହରଭଙ୍ଗା ତହସିଲଦାର ସମ୍ଭୁ ମିଶ୍ର, ସୁପର ଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିବା ବେଳେ । ଗୁରୁବାର ଦିନ ଯୁଗ୍ମ ସଚିବଙ୍କ ବୌଦ୍ଧ ତହସିଲକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।