ଲ୍ୟାଣ୍ଡିଂ ସମୟରେ ବିମାନରେ ଲାଗିଲା ନିଆଁ; ଏମରଜେନ୍ସି ଗେଟ ଦେଇ ଦୌଡ଼ିଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ବିମାନ। ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଥିଲା। ଡୋମିନିକାନ୍ ରିପବ୍ଲିକ ଏୟାର କ୍ୟାରିଅର ରେଡ ଏୟାରର ଏକ ବିମାନ ୧୨୬ ଜଣଙ୍କୁ ନେଇ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ବିମାନଟି ତୁରନ୍ତ ନିଆଁ ଲାଗିଯାଇଥିଲା, ଯଦିଓ ଏଥିରେ କେହି ଗୁରୁତର ଆହତ ହୋଇନାହାଁନ୍ତି। ଡୋମିନିକାନ୍ ରିପବ୍ଲିକର ସାଣ୍ଟୋ ଡୋମିଙ୍ଗୋରୁ ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସୁଥିବା ଏକ ରେଡ୍ ଏୟାର ବିମାନରେ ଅବତରଣ ଗିଅର ଡ୍ରପ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।

ଏହା ସହ ସେ କହିଛନ୍ତି ଯେ, ବିମାନରେ ୧୨୬ ଜଣ ଲୋକ ଥିଲେ ଓ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାମାନ୍ୟ ଆଘାତର ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଅନ୍ୟ ଯାତ୍ରୀମାନଙ୍କୁ ବିମାନରୁ ଟର୍ମିନାଲକୁ ନିଆଯାଇଛି। ମିଆମି-ଡେଡ୍ ଫାୟାର ରେସକ୍ୟୁ ଟ୍ୱିଟରରେ ପୋଷ୍ଟ କରିଛି ଯେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି ଏବଂ ଇନ୍ଧନ ଲିକ୍ ହ୍ରାସ କରୁଛନ୍ତି।

ଏକ ଟିଭି ନ୍ୟୁଜର ଭିଡ଼ିଓରେ ଦର୍ଶାଯାଇଛି ଯେ ବିମାନଟି ଏକ ରନୱେ ନିକଟରେ ଥିବା ଘାସ ଭିତରକୁ ପଶିଯାଇଥିଲା ଓ ବିମାନ ଚାରିପାଖରେ ଧଳା ନିଆଁ ଲିଭାଇବା ରାସାୟନିକ ପଦାର୍ଥର ବଳୟ ଦେଖାଯାଇଥିଲା।