ଉପକାରି ସୋରିଷ ତେଲ

0

ଆମ ଦେଶରେ ପ୍ରାୟ ସମସ୍ତେ ଘରେ ସୋରିଷତେଲ ବ୍ୟବହାର କରିଥାଆନ୍ତି। ଘରେ ଗୁରୁଜନମାନେ ମଧ୍ୟ ସୋରିଷ ତେଲ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଏଥିରେ ଥିବା କ୍ୟାଲସିୟମ , ମ୍ୟାଗ୍ନେସିୟମ, ଆଇରନ ଇତ୍ୟାଦି ଶରୀରକୁ ସୁସ୍ଥ ରଖିବା ସହିତ ତ୍ୱଚାର ଚମକ ବଢାଇବାରେ ସାହାଯ୍ୟ କରେ। ସୋରିଷ ତେଲର ଅନେକ ଔଷଧିୟ ଗୁଣ ରହିଛି। ଯାହା ମଣିଷର ସ୍ୱାସ୍ଥ୍ୟ ଭଲ ରଖିବା ସହିତ ସୌନ୍ଦର୍ଯ୍ୟରେ ସାହାଯ୍ୟ କରିଥାଏ। ଘୋଳା ବିନ୍ଧା ହେଉଥିଲେ ସୋରିଷ ତେଲ ମାଲିସ କଲେ ବିନ୍ଧା କମ୍‍ ହେବା ସହ ଆରାମ ମିଳିଥାଏ।ଶୋଇବା ପୂର୍ବରୁ ଏହାକୁ ମୁଣ୍ଡ , ନାଭି , ପାଦ ଇତ୍ୟାଦିରେ ଲଗାଇବା ଦ୍ୱାରା ଅନେକ ଗୁଡିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୁରହୋଇଥାଏ। ଆସନ୍ତୁ ଏହାର ଅନ୍ୟ କେତେଗୁଡିଏ ଉପକାର ବିଷୟରେ ଜାଣିବା –
ଦାନ୍ତ ବିନ୍ଧା ଦୂରକରେ : ଯଦି ଆପଣଙ୍କ ଦାନ୍ତ ବିନ୍ଧା ହେଉଛି ତେବେ ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ଲଗାନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା କମିଯିବ। ଏହା ଦାନ୍ତକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟକରେ।
ଚୁଟିରେ ସୋରିଷ ତେଲ ଲଗାନ୍ତୁ : ରାତିରେ ଶୋଇବା ପୂର୍ବରୁ ଏହାକୁ ଚୁଟିରେ ଲଗାଇ ଶୁଅନ୍ତୁ। ଏହାଦ୍ୱାରା ଚୁଟି କଳା ହେବା ସହ ମଜବୁତ ହୋଇଥାଏ।
ନାଭିରେ ଳଗାନ୍ତୁ : ସୋରିଷ ତେଲକୁ ଶୋଇବା ପୂର୍ବରୁ ନାଭିରେ ଲଗାନ୍ତୁ। ଏହା ପେଟ ସମସ୍ୟା ଦୂରକରିବା ସହ ବଦ ହଜମି ଦୂର କରିଥାଏ।
ଓଠକୁ ସୁନ୍ଦର କରେ –ଏହା ଓଠ ଫାଟିବା ସମସ୍ୟା ଦୂରକରିବା ସହିତ ଓଠକୁ ସୁନ୍ଦର କରିଥାଏ।
ମୁହଁର ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ : ଏଥିରେ ପର୍ଯ୍ୟପ୍ତ ପରିମାଣର ଭିଟାମିନ ଇ ରହିଛି ଯାହାକୁ ଖାଇବା ସ୍ୱାସ୍ଥ୍ୟ ପାଇ ଭଲ। ଏହାକୁ ଲଗାଇବା ଦ୍ୱାରା ମୁହଁର ସୈାନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।
ପାଦରେ ଲଗାନ୍ତୁ : ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ ମାଲିସ କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢାଇଥାଏ। ଆପଣଙ୍କୁ ନିଦ ହେଉ ନ ଥିଲେ ସୋରିଷ ତେଲକୁ ପାଦରେ ମାଲିସ କରନ୍ତୁ ଦେଖିବେ ନିଦ ଭଲ ଆସିବ।
କ୍ଷତ ସ୍ଥାନରେ ଲଗାନ୍ତୁ : ଯଦି ଆପଣଙ୍କର କୈାଣଷି ଘା ବହୁଦିନ ହେବ ଶୁଖୁନଥାଏ ତେବେ ଏହାକୁ ଲଗାନ୍ତୁ ଦେଖିବେ ଆପଣଙ୍କ ଘା କୁ ଖୁବ ଶୀଘ୍ର ଶୁଖାଇଦେବ।

SBI AD
Leave A Reply

Your email address will not be published.