ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନୀର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭/୧: ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆସନ୍ତା ୮ତାରିଖ ରବିବାର ପୁରୀର ତାଳବଣିଆଠାରେ ଏହି ବାର୍ଷିକ ଉତ୍ସବ ପାଳନ କରାଯିବ। ଶ୍ରୀଶ୍ରୀ ଠାକୁରଙ୍କ ଉତ୍କଳ ଆଗମନୀର ୧୦୧ତମ ସ୍ମୃତି ମହୋତ୍ସବ ପୁରୀରେ ଦିବସବ୍ୟାପୀ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନ ୧୧ଟାରେ ପୁରୀରେ ଉତ୍ସବରେ ସାମିଲ ହେବେ ।